Below header

ଖୁବଶୀଘ୍ର ଭୁବନେଶ୍ବରରେ ଥିବା ସବୁ ଡ୍ୟାନସ ବାର ଉପରେ ହେବ ଅତର୍କିତ ଚଢ଼ାଉ, ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିଛି ଅବକାରୀ ବିଭାଗ

୧୮ଟି ବାରରେ ମହିଳା ଡ୍ୟାନସର ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୨୧୬ । ବାରରେ ନିୟୋଜିତ ମହିଳାଙ୍କ ବୟସ ୨୧ ବର୍ଷ ବୟସରୁ ଅଧିକ ହୋଇଥିବା ଆବଶ୍ୟକ। ୨୧ ବର୍ଷରୁ କମ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।

ଭୁବନେଶ୍ବର(କେନ୍ୟୁଜ୍): ସିସିଟିଭିରେ ଶୁଭଲକ୍ଷ୍ମୀ । ଦୀପାଳି ହୋଟେଲରେ ଶୁଭଲକ୍ଷ୍ମୀ ସିଡ଼ିରେ ଯାଉଥିବାର ଚିତ୍ର ସିସିଟିଭିରେ କଏଦ । ଏହା ହୋଟେଲ ସିସିଟିଭିରେ କଏଦ ଶୁଭଲକ୍ଷ୍ମୀଙ୍କ ଶେଷ ଭିଡିଓ ବୋଲି କୁହାଯାଉଛି । ଗତ ୨ ତାରିଖ ରାତି ୪ଟା ୧୩ ମିନିଟରେ ହୋଟେଲ ଭିତରେ ପ୍ରବେଶ କରିଥିଲେ ଶୁଭଲକ୍ଷ୍ମୀ । ଦୁଇ ଜଣ ହୋଟେଲ କର୍ମଚାରୀ ତାଙ୍କ ଲଗେଜ ନେଇ ଯାଉଥିବାର ଚିତ୍ର ମଧ୍ୟ ସିସିଟିଭିରେ ରହିଛି । କାହିଁକି ଏତେ ଲଗେଜ ନେଇ ହୋଟେଲକୁ ଶୁଭଲକ୍ଷ୍ମୀ ଯାଇଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏହି ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । କଲେଜ ରେଜିଷ୍ଟରରୁ ଶୁଭଲକ୍ଷ୍ମୀ ନାବାଳିକା ଜଣା ପଡିବା ପରେ ତଦନ୍ତ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ କୁହାଯାଇଛି।

ଏପଟେ ସ୍କାନରରେ ରାଜଧାନୀର ଡ୍ୟାନ୍ସ ବାର । ଖୁବଶୀଘ୍ର ଭୁବନେଶ୍ବରରେ ଥିବା ସବୁ ଡ୍ୟାନସ ବାର ଉପରେ ହେବ ଅତର୍କିତ ଚଢ଼ାଉ। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରିଛି ଅବକାରୀ ବିଭାଗ। ଦୀପାଳି ବାରରେ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ପରେ ଏବେ ଆକ୍ସନ ମୋଡରେ ଅବକାରୀ ବିଭାଗ। ବାରରେ ନାବାଳିକା ନିୟୋଜିତ ଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ୧୮ଟି ବାରରେ ମହିଳା ଡ୍ୟାନସର ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୨୧୬ । ବାରରେ ନିୟୋଜିତ ମହିଳାଙ୍କ ବୟସ ୨୧ ବର୍ଷ ବୟସରୁ ଅଧିକ ହୋଇଥିବା ଆବଶ୍ୟକ। ୨୧ ବର୍ଷରୁ କମ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନିୟମାବଳୀ ପାଳନ ନକଲେ ଡ୍ୟାନ୍ସ ବାର ବନ୍ଦ କରାଯିବ ବୋଲି କୁହାଯାଇଛି।

ଗତ ୫ ତାରିଖ ଦିନ ଭୁବନେଶ୍ବର କଟକ ରୋଡ ସ୍ଥିତ ଦୀପାଳି ବାର ଲଜରୁ ଶୁଭଲକ୍ଷ୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଦୀପାଳି ବାର୍ ଲଜର ୨୦୫ ନମ୍ବର ରୁମ ସିଲ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଏହି ମାମଲାରେ ଦିନକୁ ଦିନ ନୂଆ ଚରିତ୍ର ଯୋଡ଼ି ହେଉଛନ୍ତି ।

 

ସାମ୍ନାକୁ ଆସିଲା ଭୁବନେଶ୍ବର ଦୀପାଳି ହୋଟେଲ ସିସିଟିଭିରେ କଏଦ ଶୁଭଲକ୍ଷ୍ମୀଙ୍କ ଭିଜୁଆଲ । ଗତ ୨ ତାରିଖ ରାତି ୪ଟା ୧୩ ମିନିଟରେ ହୋଟେଲ ଶିଢ଼ି ଚଢ଼ି ସେ ଭିତରକୁ ଯାଉଥିବା ଦୃଶ୍ୟ କଏଦ ହୋଇଛି । ଏଯାଏ ଶୁଭଲକ୍ଷ୍ମୀଙ୍କ ଡେଥ୍ ସସପେନସରୁ ପରଦା ହଟିପାରିନଥିବା ବେଳେ ଡିସିପିଙ୍କୁ ରିପୋର୍ଟ ତଲବ କରିଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଏପଟେ ଅବକାରୀ ବିଭାଗର ସ୍କାନରରେ ରହିଛି ରାଜଧାନୀର ସବୁ ଡ୍ୟାନସ ବାର । ଖୁବଶୀଘ୍ର ସବୁ ଡ୍ୟାନସ ବାରରେ ଚଢ଼ାଉ କରାଯିବ । ନାବାଳିକା ନିୟୋଜିତ ଥିଲେ ଡ୍ୟାନସ ବାରକୁ ବନ୍ଦ କରାଯିବ ବୋଲି ଅବକାରୀ ବିଭାଗ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.