Below header

ଅନଓ୍ଵାର-ଉଲ-ହକ୍‌ କାକର ହେଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ସିନେଟ ଅନଓ୍ଵାର-ଉଲ-ହକ୍‌ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଇସଲାମବାଦ : ସିନେଟ ଅନଓ୍ଵାର-ଉଲ-ହକ୍‌ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନେସନାଲ ଆସେମ୍ବ୍ଳିରେ ସେ ବିରୋଧୀ ଦଳ ନେତାଙ୍କ ଦ୍ୱାରା ମନୋନୀତ ହୋଇଥିଲେ । କାକର ଜଣେ ଆଇନଜ୍ଞ ଓ ବେଲୁଚିସ୍ତାନ ଆଓ୍ଵାମୀ ପାର୍ଟିର ନେତା । ଆଗାମୀ ସାଧାରଣ ନିର୍ବାଚନ ଯାଏ ସେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ ।

ରାଷ୍ଟ୍ରପତି ଆରିଫ ଆଲଭି କାମଚଳା ପ୍ରଧାନମନ୍ତ୍ରୀ ଭାବେ ଆର୍ଟିକିଲ ୨୨୪ (୧ଏ) ଅନୁଯାୟୀ ତାଙ୍କର ନିଯୁକ୍ତିକୁ ସ୍ୱୀକୃତି ଦେଇଛନ୍ତି । ବିରୋଧୀ ଦଳ ନେତା ଓ ପଟିଆଇ ନେତାଙ୍କ ମଧ୍ୟରେ ସଲାସୁତର ପରେ ଏହି ନିଷ୍ପତ୍ତି ନିଆଯାଇଛି । କାକର ଅଗଷ୍ଟ ୧୩ ରେ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଅଗଷ୍ଟ ୯ ରେ ନେସନାଲ ଆସେମ୍ବ୍ଲି ଭଙ୍ଗ ହୋଇଥିବାରୁ ନିୟମ ଅନୁଯାୟୀ ୯୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ନୂଆ ଜନଗଣନା ଫଳାଫଳ ବିଦାୟୀ ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଥିବାରୁ ଏହାକୁ ସାମ୍ବିଧାନିକ ସ୍ୱୀକୃତି ଦେବା ଆବଶ୍ୟକ ହେବ । ତେଣୁ ନିର୍ବାଚନ କିଛି ମାସ ବିଳମ୍ବ ହୋଇପାରେ ବୋଲି ଜଣାପଡିଛି ।

ପ୍ରକାଶଯୋଗ୍ୟ, ନଓ୍ଵାଜ ସରିଫ ଲଣ୍ଡନରେ ଥାଇ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଇସକ ଦାରଙ୍କୁ ନହେଲେ ସାହିଦ ଖାନ ଆବାସୀଙ୍କୁ କରିବା ପାଇଁ ରାଷ୍ଟ୍ରପତିଙ୍କ ଉପରେ ଚାପ ପକାଉଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.