Below header

ଦୁଇ ଓଡ଼ିଆ ଭଉଣୀ ୠତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣାଙ୍କ ରେକର୍ଡ଼, ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନରେ ଜିତିଲେ ସ୍ୱର୍ଣ୍ଣ ପଦକ

ରାଜ୍ୟର ଦୁଇ ବ୍ୟାଡମିଣ୍ଟନ ତାରକା ୠତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ତାଜିକସ୍ତାନ ଆନ୍ତର୍ଜାତିକ ସିରିଜ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ୍‌) : ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ଦୁଇ ଭଉଣୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏଭଳି ରେକର୍ଡ଼ କରିବାରେ ସେମାନେ ହେଉଛନ୍ତି ଦେଶର ପ୍ରଥମ ଭଉଣୀ । ରାଜ୍ୟର ଦୁଇ ବ୍ୟାଡମିଣ୍ଟନ ତାରକା ୠତୁପର୍ଣ୍ଣା ପଣ୍ଡା ଓ ଶ୍ୱେତପର୍ଣ୍ଣା ପଣ୍ଡା ତାଜିକସ୍ତାନ ଆନ୍ତର୍ଜାତିକ ସିରିଜ୍‌ରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ସେମାନେ ମହିଳା ଡବଲ୍‌ସ ଫାଇନାଲରେ ଆଜରବୈଜାନର ଯୋଡ଼ିଙ୍କୁ ୨୧-୯, ୨୧-୭ରେ ହରାଇ ଚାମ୍ପିଅନ୍‌ ହୋଇଛନ୍ତି ।

ୠତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ‘ବାଇ’ ପାଇବା ପରେ ସେମିଫାଇନାଲରେ କାଝାକସ୍ତାନର ପ୍ରତିଯୋଗୀଙ୍କୁ ହରାଇଥିଲେ । ଦୁଇ ଭଉଣୀ ଚୀନ୍‌ରେ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଭାଗ ନେବା ପରେ ତାଜକିସ୍ତାନ ଆସିଥିଲେ । ଏହି ସଫଳତା ପାଇଁ ଦୁଇ ଭଉଣୀଙ୍କୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିଛି ।

 

PANDA SISTER

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.