Below header

ଭାରତରେ ଆକାଶ ଛୁଆଁ ଟମାଟର ଦର, ନେପାଳରେ ରାସ୍ତାରେ ଫିଙ୍ଗୁଛନ୍ତି ଚାଷୀ

ନେପାଳର କେତେକ ସ୍ଥାନରେ ଦାମ କମ ଥିବାରୁ ଚାଷୀ ଟମାଟରକୁ ଫିଙ୍ଗି ଦେଉଥିବା ଫଟୋ ଦେଖିବାକୁ ମିଳିଛି । ଗତ ମାସରେ ନେପାଳର କାଲିମାଟି ମାର୍କେଟ୍ ନିକଟରେ ଚାଷୀମାନେ ୬୦ରୁ ୭୦ ହଜାର ଟନ ଟମାଟୋ ଫିଙ୍ଗିଦେଇଥିବା ଜଣାଯାଇଛି ।

ନୂଆଦିଲ୍ଲୀ : ଭାରତରେ କିଛି ମାସ ଧରି ଟମାଟର ଦାମ ଆକାଶ ଛୁଆଁ ହୋଇଛି । ଦେଶର ଅଧିକାଂଶ ସହରରେ ଟମାଟର ଦାମ ୧୦୦ ଟଙ୍କା ଉପରେ ଥିବା ବେଳେ କିଛି ସ୍ଥାନରେ ଟମାଟର ଦାମ ୨୦୦ ଟଙ୍କାକୁ ଟପି ଯାଇଥିବା ଜଣାଯାଇଛି । ହେଲେ ଭାରତର ପଡୋଶୀ ରାଷ୍ଟ୍ର ନେପାଳରେ ଟମାଟର ଦାମ ଶାଗ ମାଛ ଦରରେ ବିକ୍ରି ହେଉଥିବା ଜଣାଯାଇଛି ।

ନେପାଳର କେତେକ ସ୍ଥାନରେ ଦାମ କମ ଥିବାରୁ ଚାଷୀ ଟମାଟରକୁ ଫିଙ୍ଗି ଦେଉଥିବା ଫଟୋ ଦେଖିବାକୁ ମିଳିଛି । ଗତ ମାସରେ ନେପାଳର କାଲିମାଟି ମାର୍କେଟ୍ ନିକଟରେ ଚାଷୀମାନେ ୬୦ରୁ ୭୦ ହଜାର ଟନ ଟମାଟୋ ଫିଙ୍ଗିଦେଇଥିବା ଜଣାଯାଇଛି । ଏବେ ଭାରତକୁ ନେପାଳରୁ ଟମାଟର ଚୋରାରେ ଆସିବା ପରେ ନେପାଳରେ ମଧ୍ୟ ଦାମ ଟିକେ ବଢ଼ିଯାଇଛି ।

ନିକଟରେ ନେପାଳ କୃଷିମନ୍ତ୍ରାଳୟ ଭାରତକୁ ଟମାଟର ରପ୍ତାନୀ କରିବା ପାଇଁ ପ୍ରସ୍ତୁତ ଥିବା କହିଛି । ଯଦି ଭାରତ ସରକାର ଅନୁମତି ଦିଅନ୍ତି ତେବେ ନେପାଳ ଦୀର୍ଘ ମିଆଦି ସୂତ୍ରରେ ଭାରତକୁ ଟମାଟର ପଠାଇବ ବୋଲି କହିଛି ।

କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ନେପାଳରୁ ଭାରତ ଟମାଟର ଆମଦାନୀ କରିବ ବୋଲି କହିଥିଲେ । ନେପାଳରେ ଚାହିଦା ଠାରୁ ପ୍ରଚୁର ପରିମାଣ ଟମାଟର ଆମଦାନୀ ହୋଇଥାଏ । ଯେଉଁଥିପାଇଁ ଭାରତକୁ ବଳକା ଟମାଟର ରପ୍ତାନୀ କରିବା ପାଇଁ ନେପାଳ ଇଚ୍ଛା ପ୍ରକାଶ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.