Below header

ଆସନ୍ତାକାଲି ଠାରୁ କଲେଜରେ ଯୋଗେ ଦେବେ ସବୁ କର୍ମଚାରୀ, ଉଚ୍ଚଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶନାମା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ଠାରୁ ସମସ୍ତ ଟିଚିଂ ଓ ନନଟିଚିଂ ଷ୍ଟାଫ୍ ଡିଗ୍ରୀ ଓ ବିଶ୍ବବିଦ୍ୟାଳୟକୁ ଆସି କାମରେ ଯୋଗଦେବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କେବଳ ଅଫିସିଆଲ୍‌ କାମ କରାଯାଉଥିଲା । ହେଲେ ଆସନ୍ତାକାଲିଠାରୁ  ଡିଗ୍ରୀ ଓ ବିଶ୍ବବିଦ୍ୟାଳୟରେ ଯୋଗେ ଦେବେ ସବୁ କର୍ମଚାରୀ।

 ମଙ୍ଗଳବାର  ଠାରୁ ସବୁ କର୍ମଚାରୀ କାର୍ଯ୍ୟରେ ଯୋଗଦେବା ପାଇଁ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା କଟକଣା ମାନି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି କାମ କରିବେ କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.