Below header

ରୋଗୀ ସେବା ନାଁରେ ନାବାଳିକାକୁ ଅସଦାଚରଣ! ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଉତ୍ତେଜନା ପରିସ୍ଥିତି

ବାରିପଦା (କେନ୍ୟୁଜ୍): ଡାକ୍ତରଙ୍କ ନାଁରେ ଅଭିଯୋଗ। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ଘଟଣା। ରୋଗୀ ସେବା ନାଁରେ ନାବାଳିକାକୁ ଅସଦାଚରଣ କରିଥିବା ଅଭିଯୋଗ । ମେଡିକାଲରେ ଉତ୍ତେଜନା ପରିସ୍ଥିତି। ଅଭିଯୁକ୍ତ ଡାକ୍ତର ସୌରଭ ଉପାଧ୍ୟାୟକୁ ଅଟକ ରଖିଛି ବାରିପଦା ଟାଉନ୍‌ ଥାନା ପୋଲିସ।

ଜଣେ ନାବାଳିକାଙ୍କର ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଜଣଙ୍କ ଚାମ୍ବରକୁ ନାବାଳିକାକୁ ନେଇ ତା ଭିତରକୁ ଆଉ କାହାକୁ ଆସିବାକୁ ଦେଇନଥିଲେ। କିଛି ସମୟ ପରେ ନାବାଳିକା ଜଣକ କାନ୍ଦି କାନ୍ଦି ଆସି ଡାକ୍ତରଙ୍କ କଳାକାରନାମା ସଂପର୍କରେ କହିଥିଲେ। ପରେ ମେଡିକାଲରେ ଉତ୍ତେଜନା ଦେଖାଦେଇଥିଲା।

ଡାକ୍ତରଙ୍କୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ। ମାତ୍ର ଅଭିଯୁକ୍ତ ଡାକ୍ତର ସମସ୍ତ ଘଟଣାକୁ ଖଣ୍ଡନ କରିଛନ୍ତି। ଘଟଣାସ୍ଥଳରେ ବାରିପଦା ଟାଉନ୍‌ ଥାନା ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲେ। ପୀଡିତାଙ୍କ ମାଆଙ୍କ ଏତଲା କ୍ରମେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.