Below header

ଏମିତି ଚାଲିଛି ସ୍ୱାସ୍ଥ୍ୟସେବା, ଟଙ୍କା ମାଗି ବିଫଳ ହେବାରୁ ରୋଗୀଙ୍କୁ ଅଧାରାସ୍ତାରେ ଓହ୍ଲାଇ ଦେଲେ ଆମ୍ବୁଲାନ୍ସ କର୍ମଚାରୀ

ଗଞ୍ଜାମ: ଟଙ୍କା ମାଗି ବିଫଳ ହେବାରୁ ରୋଗୀଙ୍କୁ ଅଧାରାସ୍ତାରେ ଓହ୍ଲାଇ ଦେଲେ ଆମ୍ବୁଲାନ୍ସ କର୍ମଚାରୀ। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଜୁଗୁଡ଼ି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅନାମ ଦାସଙ୍କ ଦେଢମାସର ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାରୁ ବ୍ରହ୍ମପୁର ବ଼ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ମେଡିକାଲ ପକ୍ଷରୁ ୧୦୮ ଆମ୍ବୁଲାନ୍‌ସ ଯୋଗାଇ ଦିଆଯାଇଥିବା ବେଳେ ଡ୍ରାଇଭର ଅଧାରାସ୍ତାରେ ଅନାମଙ୍କୁ ଟଙ୍କା ମାଗିଥିଲେ।

anamaସେ ପ୍ରଥମେ ମନା କରିଥିବା ବେଳେ ପରେ ୨ଶହ ଟଙ୍କା ଦେଇଥିଲେ। ତେବେ ଡ୍ରାଇଭର ଟଙ୍କା ଫେରାଇ ଦେଇ ତାଙ୍କୁ ଅଧାରାସ୍ତାରେ ଓହ୍ଲାଇ ଦେଇଥିଲା। ପରେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଉଦ୍ଧାର କରି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ଏହାର ତଦନ୍ତ ସହ ଆମ୍ବୁଲାନସ ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବ୍ରହ୍ମପର ମେଡିକାଲ ଶିଶୁ ବିଭାଗ ମୁଖ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.