Below header

ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଲେ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତରଣ କରାଯାଇଛି ।  ସ୍ବତନ୍ତ୍ର ବିମାନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି । କରୋନା ହେବାରୁ ଅମ୍ରିତଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଛି । ତାସାଙ୍ଗକୁ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଅଛନ୍ତି ଅମ୍ରିତ ।ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ଭେଣ୍ଟିଲେଟରରେ ଅଛନ୍ତି ।

ପରିସ୍ଥିତି ଜଟିଳ ହେବାରୁ ରୋଗୀକୁ ସ୍ଥାନାନ୍ତରଣ କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ୬ ଜଣିଆ ଡାକ୍ତରୀ ଦଳ ଓଡିଶା ଆସି ତାଙ୍କ ସହ ରହିଥିଲେ । ଚେନ୍ନାଇ ନେବା ପରେ ପ୍ରଥମେ ଇସିଏମଓ ଚିକିତ୍ସା ଚାଲିବ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ଅଜେି ସ୍ପେଷାଲ ଗ୍ରୀନ କରିଡ଼ରେ ଅମ୍ରିତଙ୍କୁ ଭୁବନେଶ୍ବର ଏମ୍ସରୁ ଏୟାରପୋର୍ଟକୁ ନିଆଯାଇଥିଲା। ଏଥିପାଇଁ ମାତ୍ର ୧୧ ମିନିଟ ସମୟ ଲାଗିଥିଲା।

amrit3

ଅମ୍ରିତଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ବିବରଣୀ

ଇସିଏମଓ ସଂଯୁକ୍ତ ଏୟାରଲିଫ୍ଟ ପାଇଁ ୩୦-୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ

ଆଇସିୟୁ +ଇକ୍ମୋ+ଡାକ୍ତରଖାନା ଫିସ = ୨ ଲକ୍ଷ ଟଙ୍କା ଲାଗିବ

ଫୁସଫୁସ ପ୍ରତିରୋପଣ ହେଲେ ୪୫ ଲକ୍ଷ ଟଙ୍କା ଲାଗିବ

ଡାକ୍ତରୀ ଦଳର ସୂଚନା ଅନୁଯାୟୀ ୩୦ ଦିନ ଚାଲିବ ଚିକିତ୍ସା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.