କୋଭିଡ ମୃତକଙ୍କ ଅସ୍ଥି କଳସ ନେବାକୁ ଆସୁ ନାହାଁନ୍ତି ଲୋକେ, ୧୨ ଶହ ମୃତକଙ୍କ ଅସ୍ଥି କଳସ ଭସାଗଲା ନଦୀରେ

ବେଙ୍ଗାଲୁର :  କଥାରେ ଅଛି ମୃତ୍ୟୁ ପରେ ସଂସ୍କାର କାର୍ଯ୍ୟ, ମୃତକଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ । ମାତ୍ର କରୋନା ସମୟରେ ଏପରି ସ୍ଥିତି ପହଞ୍ଚିଛି ଲୋକେ ନିଜର ମୃତକଙ୍କ ଅସ୍ଥି କଳସକୁ ବି ନେବାକୁ ଆସୁନାହାଁନ୍ତି । ଏମତି ଘଟଣା ଦେଖାଦେଇଛି ବେଙ୍ଗାଲୁରର ଉପନଗରୀ ଅଞ୍ଚଳର ସୁମନହଲ୍ଲି ଶ୍ମଶାନରେ । ହେଲେ କରୋନା ଭୟରେ ଲୋକେ ସମସ୍ତ ସ୍ନେହଁ-ମମତା ଓ ମାନବିକତାକୁ ଭୂଲି ଯାଇଛନ୍ତି । ଲୋକେ ନିଜର ଆତ୍ମୀୟ ସ୍ୱଜନଙ୍କ ଅସ୍ଥି ମଧ୍ୟ ନେବାକୁ ଆସୁ ନାହାଁନ୍ତି । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଙ୍ଗାଲୁରରେ ।

unclaimed ashes
photo credit: ndtv.com

ଏଠାରେ ପ୍ରାୟ ପଡ଼ି ରହିଥିବା ୧୨୦୦ ଅସ୍ଥି କଳସକୁ ଲୋକେ ନେବାକୁ ନ ଆସିବାରୁ କର୍ଣ୍ଣାଟକର ରାଜସ୍ୱ ଅଧିକାରୀଙ୍କ ନେତୃତ୍ୱରେ କିଛି ପୂଜାରୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ପ୍ରାୟ ୧୨୦୦ ଅସ୍ଥି କଳସକୁ ବିସର୍ଜନ ଦିଆଯାଇଥିଲା । ବିସର୍ଜନ ପୂର୍ବରୁ କଳସରେ ଗେଣ୍ଡୁ ଫୁଲ ଓ ଲାଲ ଫୁଲ ଦିଆଯାଇଥିଲା । ରାଜସ୍ୱ ମନ୍ତ୍ରୀ ଅଶୋକ ଦାବିଦାର ନଥିବା ଏହି ଅସ୍ଥି କଳସକୁ ବିସର୍ଜନ କରିଥିଲେ ।

unclaimed ashes
photo credit: ndtv.com

ପ୍ରକାଶ ଥାଉକି କର୍ଣ୍ଣାଟକର କାବେରୀ ନଦୀ କୂଳରେ ଏହି ଅସ୍ଥି କଳସଗୁଡ଼ିକୁ ବିସର୍ଜନ କରାଯାଇଥିଲା । ଗତ ୨ ମାସ ମଧ୍ୟରେ ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ମିଳିଥିବା ସୂଚନାନୁଯାୟୀ କିଛି ଲୋକ ଅର୍ଥ ଅଭାବ ତ ଆଉ କିଛି ସଂକ୍ରମଣ ଭୟରେ ଅସ୍ଥି କଳସ ନେବାକୁ ଶ୍ମଶାନ ଆସିନଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.