Below header

ପିପିଲି : ଅଙ୍ଗନୱାଡ଼ି କର୍ମୀ ବହିଷ୍କାର ପ୍ରସଙ୍ଗ, ଅଧିକାରୀ କହିଲେ ଯାହା ଉପରୁ ଅର୍ଡର ଆସିଥିଲା ମୁଁ ପାଳନ କରିଛି

ପିପିଲି : ସୁଚାରୁ ରୂପେ କର୍ତବ୍ଯ ସମ୍ପାଦନା କରୁଥିବା ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ବହିସ୍କାର କରାଯାଇଥିବାବେଳେ ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ କର୍ମଚାରୀ ସଂଘ । ଯଦି ତିନି ଦିନ ମଧ୍ଯରେ ଏହାର ବିଚାର କରା ନ ଗଲେ ଅନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ଚେତାବନୀ ଦେଇଛି ।

ANGANWADI-3

ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଜେନାପୁର ପଂଚାୟତର କିଆଲଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ର ୨୦୦୬ ମସିହାରେ ସ୍ଥାପିତ ହୋଇଥିଲା । ସେଠାରେ ମମତାଳି ବିଶ୍ୱାଳ ନିଯୁକ୍ତି ପାଇଥିଲେ । ନିଯୁକ୍ତିର ୧୫ ଦିନରେ ସେ ଚାକରି ଛାଡ଼ି ଦେଇଥିଲେ । ଏହାପରେ ସେହି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ପଦବି ଖାଲି ପଡ଼ିଥିଲା । ଏହା ପରେ ଡେଲାଙ୍ଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀଙ୍କ କାର୍ଯ୍ଯାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିରେ ୬ ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ଯରୁ ଅନୀତା ବେହେରାଙ୍କୁ ନିଯୁକ୍ତି ମଳିଥିଲା । ସେହିଦିନ ଠାରୁ ଅନୀତା ନିଜର କାର୍ଯ୍ଯ ସଠିକ୍‌ ଭାବରେ ସମ୍ପାଦନା କରିବା ସହିତ ନିୟମିତ ଦରମା ପାଉଥିଲେ । ତେବେ ପ୍ରଥମ ଚୟନ ସମୟରେ ଦ୍ୱିତୀୟ ସ୍ଥାନରେ ଥିବା ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ଫଳରେ ଅନୀତାଙ୍କୁ ଚାକରିରୁ ବହିଷ୍କାର କରାଗଲା । ତାଙ୍କ ବଦଳରେ ପ୍ରଥମ ଚୟନରେ ଦ୍ୱିତୀୟ ସ୍ଥାନରେ ଥିବା ଗୀତାଳି ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଯାହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି ।

ANGANWADI-4

ଅନିତାଙ୍କ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଲ ଓଡ଼ିଶା ଲେଡ଼ିଜ ଅଙ୍ଗନୱାଡ଼ି ସଂଘର ଡ଼େଲାଙ୍ଗ ଶାଖାର ସମସ୍ତ କର୍ମୀ । ସେମାନେ ସିଡ଼ିପିଓଙ୍କୁ ଘେରାଉ କରିଥିଲେ । ସଂଘର ଅଭିଯୋଗ ହେଉଛି ଯେ ଯଦି ଦ୍ୱିତୀୟ ସ୍ଥାନରେ ରହିଥିବା ଆବେଦନକାରୀଙ୍କୁ ନିଯୁକ୍ତି ଦେବାର ଥିଲା ତେବେ ପୁନଃ ନିଯୁକ୍ତି ପ୍ର୍‌କ୍ରିୟାରେ ଅନୀତାଙ୍କୁ କ’ଣ ପାଇଁ ଚୟନ କରାଯାଇ ନିଯୁକ୍ତି ପ୍ରଦାନ କରାଗଲା । ଯଦି ଏହି ଘଟଣା ପୁନଃ ବିଚାର କରା ନଯାଏ ତେବେ ସଂଘ ଆନ୍ଦୋଳନକୁ ଓହ୍ଲାଇବ । ସେପଟେ ଏ ସମ୍ପର୍କରେ ଡ଼େଲାଙ୍ଗ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କହିଛନ୍ତି ଯେ ଉପରୁ ଯାହା ଆଦେଶ ଆସିଛି ତାହାକୁ ସେ ପାଳନ କରିଛନ୍ତି । ତେବେ ସଂଘର ଅଭିଯୋଗକୁ ଗ୍ରହଣ କରି ଉପରସ୍ଥ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.