କିମ ଜୋଙ୍ଗ ଉନଙ୍କ କ୍ରୁରତା: ବିଦେଶୀ ଶୋ’ ଦେଖିଲେ କଏଦୀମାନଙ୍କୁ ଜେଲ ଭିତରେ ପିଆଯାଉଥିଲା ମୃତ ମଣିଷର ପୋଡ଼ା ପାଉଁଶ ପାଣି !

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କ୍ରୁରତା କାହାକୁ ବା ନ ଜଣା। କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କର ଯେଉଁ କ୍ରୁରତା ବିଷୟରେ କହିବୁ, ଆପଣ ଜାଣିଲେ ଥରି ଉଠିବେ। କେତେବେଳେ ସେ ନିଜ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କୁ ତୋପରେ ଉଡ଼ାଇ ଦିଅନ୍ତି ତ କେତେବେଳେ ଛୋଟ ଭୁଲ କରୁଥିବା ନିଜ ସମ୍ପର୍କୀୟଙ୍କୁ ବି ଜଙ୍ଗଲର ଭୋକିଲା କୁକୁର ସାମ୍ନାକୁ ଠେଲି ଦିଅନ୍ତି।

kim99

ତାଙ୍କ ଆତଙ୍କ ଏବଂ କ୍ରୁରତା ବିଷୟରେ ଖୋଦ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରାମ୍ପ ମଧ୍ୟ କହିଥିଲେ। ସେ Rage ପୁସ୍ତକର ଲେଖକ ବବ ଉଡୱାର୍ଡଙ୍କୁ କହିଥିଲେ କି, କିମ ନିଜ ଅଙ୍କଲ ଜଙ୍ଗ ସଙ୍ଗ ଥୟକଙ୍କ ମୁଣ୍ଡବିହୀନ ଶବକୁ ଉତ୍ତର କୋରିଆର ଅଧିକାରୀମାନଙ୍କୁ ଦେଖାଇଥିଲେ।

kim

ନିକଟରେ ଉତ୍ତର କୋରିଆର ଜେଲରୁ ଖସି ପଳାଇ ଆସିଥିବା ଜଣେ କଏଦୀ ଖୁଲାସା କରିଥିଲେ କି, ସେଠାରେ ବିଦେଶୀ ଟିଭି ଶୋ’ ଦେଖିଲେ ମଧ୍ୟ ଭୟଙ୍କର ଦଣ୍ଡ ଦିଆଯାଉଥିଲା। ଏହି କଏଦୀମାନଙ୍କୁ ଜେଲ ଭିତରେ ନିଜ ମୃତ ସାଥୀ କଏଦୀଙ୍କ ପୋଡ଼ା ପାଉଁଶ ମିଶ୍ରିତ ନଦୀ ପାଣି ପିଇବାକୁ ବାଧ୍ୟ କରାଯାଉଥିଲା। କଏଦୀ ଜଣକ କହିଥିଲେ, ସେମାନଙ୍କୁ ପଶୁଠାରୁ ବି ଆହୁରି ହୀନ ବ୍ୟବହାର କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.