୧ ଲକ୍ଷ ଟଙ୍କା ମାସକୁ କମାନ୍ତି ଏହି ଭିକାରୀ, ସହରର ସବୁଠୁ ମହଙ୍ଗା ସ୍କୁଲରେ ପଢ଼ନ୍ତି ତାଙ୍କ ପିଲା

ଆଜି ଆମେ ଆପଣଙ୍କୁ ଏମିତି ଜଣେ ଭିକାରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ମାସକୁ ଏତେ ଟଙ୍କା କମାନ୍ତି ଯେ ଏହାକୁ ଗଣିବା ପାଇଁ ଆସୁଥିବା ବ୍ୟାଙ୍କ କର୍ମଚାରୀଙ୍କୁ ସେ ପଇସା ମଧ୍ୟ ଦେଇଥାନ୍ତି। ଚୀନର ଏହି ଭିକାରୀ ମାସକୁ ଭାରତୀୟ ମୁଦ୍ରା ହିସାବରେ ୧ ଲକ୍ଷ ଟଙ୍କା କମାଇଥାନ୍ତି। ଭିକାରୀ ଜଣକ ଭିକ ମାଗି ମାଗି ବେଜିଂରେ ଦୁଇ ମହଲା ଘର ମଧ୍ୟ ତିଆରି କରିନେଇଛନ୍ତି।

vkj

ତାଙ୍କ ଫଟୋ ପ୍ରଥମେ ୨୦୧୪ରେ ଚୀନର ମାଇକ୍ରୋବ୍ଲଗିଙ୍ଗ ସାଇଟ Weiboରେ ପୋଷ୍ଟ କରାଯାଇଥିଲା। ମାସକୁ ୧୭୦୦ ଡଲାର କମାଉଥିବା ଏହି ଭିକାରୀଙ୍କର ୩ ସନ୍ତାନ ଅଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସହରର ସବୁଠୁ ବଡ଼ ସ୍କୁଲରେ ସେମାନେ ପାଠ ପଢୁଛନ୍ତି। କେବଳ ଏତିକି ନୁହେଁ, ପୂରା ପରିବାରର ଖର୍ଚ୍ଚ ସେ ଏକା ଉଠାଇଥାନ୍ତି।

vk

ପ୍ରତ୍ୟେକ ମାସରେ ସେ ପଇସା ଜମା କରିବା ପାଇଁ ଡାକଘରେ ପହଞ୍ଚନ୍ତି ଏବଂ ଚଟାଣ ତଳେ ହିଁ ପଇସା ରଖି ଗଣନ୍ତି। ଏହାକୁ ଗଣିବା ପାଇଁ ସ୍ଥାନୀୟ କର୍ମଚାରୀମାନଙ୍କର ସାହାଯ୍ୟ ନେବାକୁ ପଡ଼ିଥାଏ। ଏପରିକି, ନୋଟ ଗଣିବା ପାଇଁ ସେ ଅନ୍ୟକୁ ଟିପ ମଧ୍ୟ ଦିଅନ୍ତି। ଏହିପରି ଜଣେ କର୍ମଚାରୀ ତାଙ୍କ ନୋଟକୁ ଗଣିଥାନ୍ତି, ଯାହାଙ୍କୁ ସେ ୧୦୦ ଚାଇନା ୟୁଆନ ଅର୍ଥାତ ପାଖାପାଖି ୯୦୦ ଟଙ୍କା ଟିପ ଆକାରରେ ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.