କମ୍‌ ପଇସାରେ ଚାହାଁନ୍ତି କି ସୈାନ୍ଦର୍ଯ୍ୟ, ‘ଚାଉଳ ପାଣି’ ଲଗାଇବା ଆରମ୍ଭ କରି ଦିଅନ୍ତୁ ଏମିତି ହେବ ଆପଣଙ୍କ ସୈାନ୍ଦର୍ଯ୍ୟ

ବେଳେ ବେଳେ ଆମେ ଅଜାଣତରେ ବହୁତ କିଛି ଦ୍ରବ୍ୟ ନଷ୍ଟ କରି ଦେଇଥାଉ । ଯାହାକି ଆମ ଶରୀର ପାଇଁ ବହୁତ ଉପାଦେୟ ହୋଇଥାଏ । ଘରେ ଆମେ ଚାଉଳ ପାଣିକୁ ବେକାର ଭାବି ଫିଙ୍ଗି ଦେଇଥାଉ । ହେଲେ ଏହା ଆପଣଙ୍କ ଶରୀରର ସୈାନ୍ଦର୍ଯ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ । ଏହାକୁ ବ୍ୟବହାର କରି ଆପଣ ନିଜର ସୈାନ୍ଦର୍ଯ୍ୟ ଫେରାଇ ଆଣି ପାରିବେ ।

ଚାଉଳ ପାଣିରେ ବହୁ ପରିମାଣରେ କାର୍ବୋହାଇଡ୍ରେଟ୍ସ ଥାଏ । ଯାହା ଚର୍ମ ସହ ବାଳ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଚାଉଳ ପାଣିରେ ଥିବା ଏଣ୍ଟି ଅକ୍ସିଡେଣ୍ଟ, ଫେରୁଲିକ ଏସିଡ୍‌, ମିନେରାଲ୍ସ ଓ ଭିଟାମିନ୍‌ ମଧ୍ୟ ଥାଏ । ଫଳରେ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣ ବହୁ ବ୍ୟୁଟି ପ୍ରୋବ୍‌ଲେମ୍‌କୁ ସମାଧାନ କରିପାରିବେ । ଆସନ୍ତୁ ଜାଣିବା ବେକାର ଭାବି ଫିଙ୍ଗି ଦେଉଥିବା ଚାଉଳ ପାଣିରେ ରହିଛି କେତେ ସୈାନ୍ଦର୍ଯ୍ୟ ଟିପ୍ସ ।

rice water.JPG-1

କେମିତି କରିବେ ଚାଉଳ ପାଣି ବ୍ୟବହାର

ପ୍ରଥମ ଉପାୟ : କଞ୍ଚା ଚାଉଳକୁ ଅଧ ଘଣ୍ଟା କିମ୍ବା ରାତି ସାରା ବତୁରାଇ ରଖନ୍ତୁ । ଏହାପରେ ଚାଉଳକୁ ଛାଣି ପାଣି ଅଲଗା କରନ୍ତୁ । ଏବେ ଆପଣଙ୍କ ଚାଉଳ ପାଣି ପ୍ରସ୍ତୁତ ।
ଦ୍ୱିତୀୟ ଉପାୟ : ଚାଉଳକୁ ପାଣିରେ ପକାଇ କିଛି ସମୟ ପାଇଁ ଗରମ କରନ୍ତୁ । ଚାଉଳ ସିଝି ଗଲେ ପାଣି ଅଲଗା କରିଦିଅନ୍ତୁ ।
ଚାଉଳ ପାଣିରେ ଆପଣାନ୍ତୁ ଏହି ସବୁ ବ୍ୟୁଟି ଟିପ୍ସ

ପାଆନ୍ତୁ ଉଜ୍ଜଳ ତ୍ୱଚା : ଭିଟାମିନ୍‌ ଓ ମିନେରାଲ୍ସରେ ଭରପୁର ଚାଉଳ ପାଣି ଚର୍ମକୁ ଭିତରୁ ପୋଷଣ ଦେଇଥାଏ । ଏହାଦ୍ୱାରା ଚର୍ମର ବିଭିନ୍ନ ଅସୁବିଧା ଦୂର ହେବା ସହ ଚର୍ମକୁ ଉଜ୍ଜଳ କରିଥାଏ ।

ବ୍ରଣ ଓ କଳା ଦାଗ : ଚାଉଳ ପାଣିରେ ସବୁଦିନ ତ୍ୱଚାକୁ ମାଲିସ୍‌ କରନ୍ତୁ । ଏହାଦ୍ୱାରା ବ୍ରଣ ସହ ଏହାର ଦାଗ ମଧ୍ୟ ଲିଭି ଯାଇଥାଏ । ଏଥିସହ ଚର୍ମରେ ଥିବା କଣାକୁ ମଧ୍ୟ ପୂରଣ କରିଥାଏ । ଯାହାଦ୍ୱାରା ପୁନର୍ବାର ଏହି ଅସୁବିଧା ଆସି ନଥାଏ ।

rice water.JPG-2 JPG

ସୁନ୍ଦର ସ୍କ୍ରିନ୍‌ ଟୋନର : ଏହା ଏକ ଏଷ୍ଟ୍ରିଜେଣ୍ଟ ଭଳି କାମ କରିଥାଏ ଓ ଚର୍ମର ପୋର୍‌ସ(କଣା) ପୂର୍ଣ୍ଣ କରିଥାଏ । ଏଥିପାଇଁ ଦିନକୁ ଅତିକମରେ ଦୁଇ ଥର ମୁହଁରେ ଚାଉଳ ପାଣିକୁ ବ୍ୟବହାର କରନ୍ତୁ ।

ରଙ୍ଗ ହେବ ଗୋରା : ଦୈନିକ ଏହି ପାଣିକୁ ଲଗାଇବା ଦ୍ୱାରା ଡାର୍କ ସର୍କଲ ଚାଲିଯାଇଥାଏ ଓ ରଙ୍ଗ ଗୋରା ହୋଇଥାଏ । ଚାଉଳ ପାଣି ଭଲ କ୍ଲିନ୍‌ସର ଭାବେ ମଧ୍ୟ କାମ କରିଥାଏ ।

rice water.JPG-3-h JPG

ଖରାପ ବାଳ ଭଲ କରିବା ସହ ବାଳ ବଢ଼ାଇଥାଏ : ଯଦି ଆପଣଙ୍କ ବାଳ ହେୟାର ଷ୍ଟ୍ରେନର ଓ କେମିକାଲ ବ୍ୟବହାର ଯୋଗୁ ଖରାପ ହୋଇଯାଇଥାଏ । ତେବେ ବାଳକୁ ସାମ୍ପୋ କରିବା ପରେ ଚାଉଳ ପାଣିରେ ବାଳ ମୁଳରେ ମାସେଜ୍‌ କରନ୍ତୁ ଓ ୫ ମନିଟ୍‌ ପରେ ଖାଲି ପାଣିରେ ଧୋଇ ଦିଅନ୍ତୁ । ଏଥିରେ ଏଣ୍ଟି ଅକ୍ସିଡେଣ୍ଟ, ଫେରୁଲିକ ଏସିଡ୍‌, ମିନେରାଲ୍ସ ଓ ଭିଟାମିନ୍‌ ଥିବାରୁ ବାଳକୁ ପୋଷଣ ଦେଇ ବାଳ ବଢ଼ାଇ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.