Below header

ଖୋର୍ଦ୍ଧାର ସର୍ବାଧିକ ୬୦୨ ଆକ୍ରାନ୍ତଙ୍କୁ ମିଶାଇ ଆଜି ରାଜ୍ୟରେ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ଆଜି ରାଜ୍ୟରେ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୩୦ ଜିଲ୍ଲାର ସୁସ୍ଥ  ସଂଖ୍ୟା ଭିତରେ ଖୋର୍ଦ୍ଧାର ସର୍ବାଧିକ ୬୦୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨,୨୦,୩୮୮ରେ ପହଞ୍ଚିଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ପରିବାର କଲ୍ୟାଣ  ବିଭାଗ।

ଆଜି ସୁସ୍ଥଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩୭୪ ଜଣ, ପୁରୀ ଜିଲ୍ଲାରୁ ୨୮୯ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୪୮ ଜଣ, ମୟୂରଭଂଜ, ସମ୍ବଲପୁର ଜିଲ୍ଲାରୁ ୧୩୦ ଜଣ ଲେଖାଏଁ, କେନ୍ଦୁଝର ଜିଲ୍ଲାରୁ ୧୧୬ ଜଣ, ବରଗଡ଼ ଜିଲ୍ଲାରୁ ୧୦୭ ଜଣ ଓ ଯାଜପୁର ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୮ ଜଣ, ଭଦ୍ରକ ଜିଲ୍ଲାରୁ ୯୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୯୦ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୬ ଜଣ, ଅନୁଗୁଳ ଜିଲ୍ଲାରୁ ୮୩ ଜଣ, ନୂଆପଡ଼ା ଜିଲ୍ଲାରୁ ୭୭ ଜଣ, ନୟାଗଡ଼ ଜିଲ୍ଲାରୁ ୭୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୭୨ ଜଣ, କନ୍ଧମାଳ ଜିଲ୍ଲାରୁ ୭୧ ଜଣ, ବଲାଙ୍ଗୀର, ଢେଙ୍କାନାଳ ଜିଲ୍ଲାରୁ ୭୦ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୬୬ ଜଣ, କୋରାପୁଟ ଜିଲ୍ଲାରୁ ୫୨ ଜଣ ଓ ନବରଂଗପୁର ଜିଲ୍ଲାରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଗଞ୍ଜାମ ସୁବର୍ଣ୍ଣପୁର ଜିଲ୍ଲାରୁ ୪୮ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୩୮ ଜଣ, ବୌଦ୍ଧ ଜିଲ୍ଲାରୁ ୨୨ ଜଣ, ଗଜପତି ଜିଲ୍ଲାରୁ ୧୮ ଜଣ, ଦେବଗଡ଼ ଜିଲ୍ଲାରୁ ୧୧ ଜଣ, ରାୟଗଡ଼ା ଜିଲ୍ଲାରୁ ୨ ଜଣ ଓ ଷ୍ଟେଟପୁଲରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.