Video Viral: ମୁଁହରେ ମାସ୍କ ପିନ୍ଧି ନ ଥିଲେ ଦୋକାନ ଭିତରକୁ ଯିବାକୁ ଦିଏ ନାହିଁ ଏହି ମେସିନ

କୋଭିଡ-୧୯ ଯୋଗୁ ଆଜି ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। କରୋନାରୁ ରକ୍ଷା ପାଇବା ପାଇଁ ସବୁ ଦେଶର ସରକାର ମାସ୍କ ପିନ୍ଧିବା ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ ଥାଇଲାଣ୍ଡର କିଛି ଦୋକାନୀ ମଧ୍ୟ ଏମିତି ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ନିଜ ଦୋକାନରେ ଏକ ନୂଆ ଟେକ୍ନୋଲୋଜିର ମେସିନ ଲଗାଇଛନ୍ତି, ଯାହାକୁ କୁହାଯାଉଛି ଫେସ ମାସ୍କ ସ୍କାନର ମେସିନ।

ds

ଗ୍ରାହକମାନେ ମାସ୍କ ପିନ୍ଧିଛନ୍ତି କି ନାହିଁ, ତାହା ଏହି ମେସିନରୁ ଜଣାପଡ଼ିବ। ଯଦି କେହି ଗ୍ରାହକ ବିନା ମାସ୍କରେ ଦୋକାନ ଭିତରକୁ ପ୍ରବେଶ କରେ, ତତକ୍ଷଣାତ ଏହି ସ୍କାନର ମେସିନ ତାଙ୍କୁ ଚିହ୍ନଟ କରିନେଇଥାଏ। ଏହା ଲୋକଙ୍କ ମୁହଁରେ ମାସ୍କକୁ ସ୍କାନ କରିଥାଏ। ମୁଁହରେ ମାସ୍କ ନ ଥିଲେ, ଦୋକାନର ଡୋର ଅଟୋମେଟିକ ଖୋଲି ନ ଥାଏ। ଏହାସହିତ ଏହା ବ୍ୟକ୍ତିର ଶରୀରର ତାପମାତ୍ରାକୁ ବି ଯାଞ୍ଚ କରିଥାଏ।

dd

ସୋସିଆଲ ମିଡିଆ ଟୁଇଟରରେ ନିୟାଲ ହାର୍ବିସନ ନାମକ ବ୍ୟକ୍ତି ଏହାର ଏକ ଭିଡ଼ିଓ ସେୟାର କରିଛନ୍ତି। ଏହାକୁ ଏ ପର୍ଯ୍ୟନ୍ତ ୬.୭ ମିଲିୟନରୁ ଅଧିକ ଥର ଦେଖାଯାଇସାରିଲାଣି। ହାର୍ବିସନ ଭିଡ଼ିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଥାଇଲାଣ୍ଡରେ ଏହା ମୋର ସ୍ଥାନୀୟ ଦୋକାନ। ମାତ୍ର ୨ ସେକେଣ୍ଡରେ ଏହା ତାପମାତ୍ରାକୁ ସ୍କାନ କରିବା ସହିତ କିଏ ମାସ୍କ ପିନ୍ଧିଛନ୍ତି କି ନାହିଁ, ତାହା ଦେଖେ। ଏଠାରେ ୧୦୦ରୁ ଅଧିକ ଦିନ ଭିତରେ ମାତ୍ର ୩ଟି ମାମଲା ସାମ୍ନାକୁ ଆସିଛି’। ସେପଟେ ୟୁଜରମାନେ ଏହି ଭାଇରଲ ଭିଡ଼ିଓକୁ ଦେଖି ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.