Below header

ସୌଖୀନ ଚୋର : ଆପାର୍ଟମେଣ୍ଟରୁ ଚୋରି କରୁଛି ବ୍ରାଣ୍ଡେଡ ପୋଷାକ

ଚୋର ର ନାଁ ଶୁଣିଲେ ହଠାତ ଆମ ମନକୁ ଆସେ କି ଏମାନେ ସିଏ ଯିଏକି ଘରୁ ଟଙ୍କା ସୁନା ଗହଣା ଚୋରି କରି ନେଇଯାଇଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଚୋରକୁ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣଙ୍କ ଆଗରେ ଚୋରର ସଜ୍ଞା ବଦଳିଯିବ । ଆଜ୍ଞା ହଁ ଠିକ କହିଲି.. କାହିଁକି ନା ଏହି ଭଦ୍ର ଚୋର ଜଣକ ଏମିତି କିଛି ଜିନିଷ ଚୋରି କରୁଛନ୍ତି ଯାହା ଆପଣ କେବେ ଦେଖିବା ତ ଦୂରର କଥା କେବେ ଚିନ୍ତା ବି କରିନଥିବେ । ଆଉ ସେ ପୁଣି ଏମିତି ସେମିତି ଚୋର ନୁହନ୍ତି ଖୋଦ ବୁଲେଟ ଚଢା ଚୋର । ଆଉ ଚୋରି ହୋଇଛି ଆମ ରାଜଧାନୀ ଭୁବନେଶ୍ଵରର ଶୈଳଶ୍ରୀବିହାର ଅଂଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ।

ଆମେ ଆପଣଙ୍କୁ ଯେଉଁ ସିସିଟିଭି ଭିଜୁଆଲ ଦେଖାଉଛୁ ସେଥିରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ ଯେ ଜଣେ ଭଦ୍ରବ୍ୟକ୍ତି ଏକ ବୁଲେଟ ଧରି ଗୋଟିଏ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ କରୁଛନ୍ତି । ତେବେ ଏହି ବ୍ୟକ୍ତି ଜଣକ ଉକ୍ତ ଆପାର୍ଟମେଣ୍ଟରେ ରୁହନ୍ତି କି ନାହିଁ ତାହା ତ ଜଣା ନାହିଁ କିନ୍ତୁ ସେଠାରୁ ସେ ଚୋରି ନିଶ୍ଚୟ କରିଛନ୍ତି । ଆଉ କଣ ଚୋରି କରିଛନ୍ତି ତାହା ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ ।

ଥରେ ନଜର ପକାନ୍ତୁ ଏହି ସିସିଟିଭି ଭିଜୁଆଲ ଉପରେ । ଠିକ ଦେଖିଲେ ଆଜ୍ଞା ବାବୁ ଜଣକ ବାହାରେ ସୁଖୁଥିବା ପୁରୁଣା ଡ୍ରେସକୁ ଚୋରି କରୁଛନ୍ତି । ସେ ପୁଣି ସବୁ ଲୁଗାପଟା ନୁହେଁ । ଦେଖି ଚାହିଁ ଭଲସେ ବାଛି ବ୍ରାଣ୍ଡେଡ କପଡା ଗୁଡିକ ନିଜ ବ୍ୟାଗ ଭିତରେ ରଖୁଛନ୍ତି । ଯଦିଓ ଡ୍ରେସ ଶୁଖାଇବା ଲୋକ କେବେ ବି ଭାଵୀନଥିବେ ଯେ ଆଜି ତାଙ୍କର ସେହି ପୁରୁଣା କପଡା ସବୁ ଚୋରି ହୋଇଯିବ ।

ଆପଣ ବଡ ବଡ ମଲ କିମ୍ବା ଦୋକାନରେ ଲୁଗାପଟା ଚୋରି କରୁଥିବା ଅନେକ ଲୋକଙ୍କୁ ଦେଖିଥିବେ କିନ୍ତୁ ଏମିତି ଭଦ୍ରଲୋକ ଭାବରେ ଆସି ଆପର୍ଟମେଣ୍ଟରୁ ପୁରୁଣା ଡ୍ରେସ ଚୋରି କରୁଥିବା କେବେ ବି କୌଣସି ଲୋକ ଦେଖିନଥିବେ । ସେଥିପାଇଁ ତ ଏହି ଭିଡିଓଟି ଏବେ ଇଣ୍ଟରନେଟରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି । କାରଣ ଏମିତି ଚୋରକୁ ଦେଖି ଲୋକ ତାକୁ ଶାସ୍ତି ଦେବେ କଣ ଓଲଟା ହସି ହସି ଗାଡି ଯାଉଛନ୍ତି । କାରଣ ଇଏ ଏମିତି ସେମିତି ଚୋର ନୁହନ୍ତି ଏ ହେଉଛନ୍ତି ଖୋଦ ବ୍ରାଣ୍ଡେଡ ଚୋର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.