ସଲାମ୍ କରୋନା ଯୋଦ୍ଧା, କରୋନା ଆକ୍ରାନ୍ତ କୁଷ୍ଠ ରୋଗୀଙ୍କୁ ନେବା ପାଇଁ ଆସିଲାନି ଆମ୍ବୁଲାନ୍ସ, ଶେଷରେ ନିଜ ଗାଡିରେ ହସ୍ପିଟାଲ ଆଣିଲେ ଡାକ୍ତର

ସମ୍ବଲପୁର(କେନ୍ୟୁଜ୍):  କୋଭିଡ ପଜିଟିଭ ନା ଶୁଣିଲେ ଲୋକଙ୍କ ମନରେ ଏକପ୍ରକାର ଭୟ ସୃଷ୍ଟି ହେଉଛି। ହେଲେ ସମ୍ବଲପୁର ଭୀମସାରର ସିନିୟର ରେସିଡେଣ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ  ଏଭଳି ଏକ କାମ କରିଛନ୍ତି ଯେ ଲୋକେ ପ୍ରଶଂସା ନକରି ରହି ପାରୁନାହାନ୍ତି।  ସହରର ବୁର୍ଲାଠାରେ  ରହିଛି ଲେପର୍ସି କଲୋନୀ । ଏହି କଲୋନୀରେ ସମସ୍ତେ କୁଷ୍ଠରୋଗୀ ହିଁ ଅଛନ୍ତି । କଲୋନୀରେ ରହୁଥିବା ଜଣେ କୁଷ୍ଠରୋଗୀ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ପ୍ରଥମେ ସେ ଘରେ ରହି ସେ ଚିକିତ୍ସିତ ହେଉଥିଲେ।  ହେଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଲୋନୀ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଠିକ୍ ସମୟରେ  ଆସିନଥିଲା।

କଲୋନୀର କିଛି ଲୋକେ ଭୀମସାରର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଯୋଗାଯୋଗ କରିଥିଲେ। ଡାକ୍ତର ଶଙ୍କର ରାମଚନ୍ଦାନୀ କାଳବିଳମ୍ବ ନକରି ତୁରନ୍ତ ଲେପର୍ସି କଲୋନୀରେ ପହଞ୍ଚି  ସେହି  କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ନିଜ କାରରେ ମେଡିକାଲକୁ ଆଣିଥିଲେ। ଚିକିତ୍ସା ପରେ ରୋଗୀ ଜଣକ ଏବେ ଟିକେ ସୁସ୍ଥ ଅଛନ୍ତି। ଏହି ଘଟଣା ପରେ ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.