Below header

ସୈାର ମଣ୍ଡଳ ବାହାରେ ମିଳିଲା ୨୪ ଗ୍ରହର ସୂଚନା, ପୃଥିବୀ ତୁଳନାରେ ଏଠାରେ ଜୀବନ ଯାପନ ଅଧିକ ଉପଯୁକ୍ତ

ଓ୍ଵାଶିଂଟନ : ଆମର ବିଶ୍ୱ ବ୍ରହ୍ମାଣ୍ଡ ରହସ୍ୟରେ ପରିପୂର୍ଣ୍ଣ । ବୈଜ୍ଞାନିକମାନେ ମଝିରେ ମଝିରେ ଏହା ଉପରେ କିଛି ନୂଆ ତଥ୍ୟ ପ୍ରକାଶ କରିଥାନ୍ତି । ବୈଜ୍ଞାନିକମାନେ ଏବେ ଆମର ସୈାର ମଣ୍ଡଳ ବାହାରେ ୨୪ ଟି ଗ୍ରହର ସନ୍ଧାନ ପାଇଛନ୍ତି । ଯାହା ଜୀବ ଜଗତ ତିଷ୍ଠି ରହିବା ପାଇଁ ପୃଥିବୀ ତୁଳନାରେ ଅଧିକ ଉପଯୁକ୍ତ ।

planet-10

ଏଷ୍ଟ୍ରୋବାୟୋଲୋଜି ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଗ୍ରହସବୁ ପୃଥିବୀ ତୁଳନାରେ ଅଧିକ ପୁରୁଣା, ବଡ଼, ଗରମ୍‌ ଓ ପାଣିରେ ପରିପୂର୍ଣ୍ଣ ବୋଲି ଆଶା କରାଯାଉଛି । ଏଥିରେ ପ୍ରଚୁର ପାଣି ଥିବାରୁ ଜୀବନ ଯାପନ ପାଇଁ ଏହା ପୃଥିବୀ ଠାରୁ ଅଧିକ ଉପଯୁକ୍ତ ହୋଇପାରେ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

planet-11

ଆମେରିକା ଓ୍ଵାଶିଂଟନ ଷ୍ଟେଟ୍‌ ୟୁନିଭରସିଟିର ଗବେଷକମାନେ କୁହନ୍ତି, ‘ଏହି ଗ୍ରହ ନିଜର ସୂର୍ଯ୍ୟଙ୍କୁ ଅନ୍ୟ ସୈାରମଣ୍ଡଳ ଗ୍ରହ ଅପେକ୍ଷା ଧିମା ଗତିରେ ପରିକ୍ରମା କରିଥାଏ । ତେଣୁ ଏଠାରେ ଜୀବନ ଯାପନ ଅଧିକ ସହଜ ହୋଇପାରେ । ’ ଏହି ସମସ୍ତ ଗ୍ରହ ପୃଥିବୀ ଠାରୁ ୧୦୦ ପ୍ରକାଶ ବର୍ଷ ଦୂରରେ ଥିବା ଜଣାପଡ଼ିଛି ।

ବୈଜ୍ଞାନିକମାନେ ଏପରି ୪୫୦୦ ଗ୍ରହର ଅବସ୍ଥିତି ଜାଣିବା ପାଇଁ କରିଥିବା ବେଳେ ୨୦ ଟି ଏପରି ଗ୍ରହର ସନ୍ଧାନ ପାଇଛନ୍ତି ଯେଉଁଠି ଜୀବନ ଯାପନର ସମ୍ଭାବନା ଦେଖା ଦେଇଛି । ବୈଜ୍ଞାନିକମାନେ ପୃଥିବୀ ଠାରୁ ୧୦ ଗୁଣ ବଡ ଗ୍ରହର ସନ୍ଧାନରେ ଅଛନ୍ତି । ଯେଉଁଠି ରହିବା ପାଇଁ ଅଧିକ ଭୂମି ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.