ଅଜଣା ଗାଡ଼ି ଉଜାଡ଼ି ଦେଲା ସଂସାର : ଦୁର୍ଘଟଣା ନେଲା ସ୍ୱାମୀର ଜୀବନ, ସ୍ତ୍ରୀ ଓ ଦୁଇ ପିଲା ଆହତ

ଘଟଗାଁ (କେ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡ଼ିବାହାଳି ଛକ ନିକଟରେ ଏକ ଅଜଣା ଗାଡି ଦୁର୍ଘଟଣାରେ ଜଣେ ମୃତ ହୋଇଥିବାବେଳେ ୨ ଜଣ ଗୁରୁତର ସମେତ ଜଣେ ସାମାନ୍ୟ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା କଳିଆପାଣି ଗ୍ରାମର ସୁଦର୍ଶନ ମହାକୁଡ଼ ସ୍ତ୍ରୀ ଓ ୨ ପିଲାଙ୍କ ସାଥିରେ ମୟୁରଭଞ୍ଜ ଜିଲ୍ଲା ଶଶୁର ଘରକୁ ବୁଲିବାକୁ ଆସିଥିଲେ । ଆଜି ନିଜ ଘର କଳିଆପାଣି ଗ୍ରାମକୁ ଫେରୁଥିବା ସମୟରେ ହରିଚନ୍ଦନପୁର ଥାନା ଖଡ଼ିବାହାଳି ଛକ ନିକଟରେ ଅଜଣା ଗାଡ଼ି ଦୁର୍ଘଟଣାରେ ସୁଦର୍ଶନଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ତାଙ୍କ ସ୍ତ୍ରୀ ରାଇମଣି ମହାକୁଡ଼ ଓ ୬ ବର୍ଷର ସାନ ପୁଅ ଚିନ୍ମୟ ଗୁରୁତର ଆହତ ହୋଇଥିବା ବେଳେ ୮ ବର୍ଷର ବଡ଼ ପୁଅ ରାହୁଲ ମହାକୁଡ଼ ସାମାନ୍ୟ ଆହତ ହୋଇଛନ୍ତି । ସୁଦର୍ଶନଙ୍କ ବୟସ ୩୮ ବର୍ଷ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.