ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୫୨୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୫୧ ଜଣ

ଭୁବନେଶ୍ୱର (କେନ୍ୟୁଜ୍): ଆଜି ସୋମବାର ୩୦ ଜିଲ୍ଲାରୁ ଆଉ ୧୫୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୮୯ ହଜାର ୬୮୯ ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି।

 

ଆଜି ସୁସ୍ଥ ହୋଇଥିବା ୧୫୨୧ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ, ସୁନ୍ଦରଗଡ ୧୨୪,କଟକ ୧୧୪, ଅନୁଗୁଳ ୧୦୮, ମୟୁରଭଞ୍ଜ ୯୫, ଜଗତସିଂହପୁର ୯୦, ନୂଆପଡା ୮୧, କେନ୍ଦ୍ରାପଡା ୭୨, ଢ଼େଙ୍କାନାଳ ୬୮, ପୁରୀ ୬୩, ବରଗଡ ୬୧ ଓ ବାଲେଶ୍ୱର ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ସେହିପରି ବଲାଙ୍ଗିରରୁ ୫୫, ନୟାଗଡ ୪୯, ଯାଜପୁର ୩୮,କେଉଁଝର ଓ ସମ୍ବଲପୁରରୁ ୩୩ ଲେଖାଏଁ, କଳାହାଣ୍ଡି ୩୧, ମାଲକାନଗିରି ୨୯, ସୋନପୁର ୨୩, ନବରଙ୍ଗପୁର ୨୦, କୋରାପୁଟ ୧୯, ଗଞ୍ଜାମ ୧୮, ଝାରସୁଗୁଡା ୧୭, ରାୟଗଡା ୧୩, କନ୍ଧମାଳ ୧୧, ଭଦ୍ରକ ୧୦, ଦେଓଗଡ଼ ୦୪, ଗଜପତି ୦୩ ଓ ରାଜ୍ୟ ପୁଲ୍ରୁ ୨୯ ଜଣ ସୁସ୍ଥ ହୋଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.