Below header

ଚିଲିକାରେ ବର୍ଷ ଆରମ୍ଭରୁ ପକ୍ଷୀ ଶିକାରୀ ସକ୍ରିୟ, ୧୨ଟି ମୃତ ବିଦେଶୀ ପକ୍ଷୀ ସହ ୨ ଜଣ ପକ୍ଷୀ ଶିକାରୀ ଗିରଫ

ଟାଙ୍ଗୀ(କେନ୍ୟୁଜ୍‌) : ଏବର୍ଷ ଶୀତର ପ୍ରକୋପ ଧୀରେ ଧୀରେ ବଢ଼ିଲାଣି । ଏଣୁ ହଜାର ହଜାର ମାଇଲ ଦୂରରୁ ରଙ୍ଗ ବେରଙ୍ଗର ନାନା ପ୍ରଜାତିର ବିଦେଶୀ ପକ୍ଷୀ ଆସି ପହଁଚିଲେଣି ଚିଲିକା ବକ୍ଷକୁ । କିନ୍ତୁ କିଛି ପକ୍ଷୀ ଶିକାରୀ କେଇ ଟଙ୍କା ପାଇଁ ନିରୀହ ପକ୍ଷୀମାନଙ୍କୁ ବିଭିନ୍ନ ଉପାୟରେ ଶିକାର କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ।

 

chilika-1

ଏପଟେ ରାଜ୍ୟ ସରକାରଙ୍କ ବଣ୍ୟ ପ୍ରାଣୀ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରୁଛି । ସମସ୍ତ କଟକଣାକୁ ଫୁ କରି ଆଖିରେ ଧୂଳି ଦେଇ ପକ୍ଷୀ ଶିକାରୀମାନେ ସକ୍ରିୟ ଅଛନ୍ତି । ଆଜି ଏବର୍ଷ ର ପ୍ରଥମ ୨ ଜଣ ପକ୍ଷୀ ଶିକାରୀ ଶିକାର କରି ଫେରୁଥିବା ବେଳେ ଟାଙ୍ଗୀ ରେଂଜ ଭୁଷଣ୍ଡପୁର ନିକଟ ବର ପାଲିଆ ନାଳ ନିକଟରୁ ଶିକାରୀ ଦ୍ୱୟଙ୍କୁ ଗିରଫ କରାଯାଇଛି ।

chilika-2

ବନ୍ୟ ପ୍ରାଣୀ ବିଭାଗର କର୍ମଚାରୀ ସେମାନଙ୍କ ନିକଟରୁ ୧୨ ଟି ମୃତ ଲାର୍ଜ ହୁଇଷ୍ଟିଲିଂ ଟେଲ୍ ପ୍ରଜାତିର ବିଦେଶୀ ପକ୍ଷୀ ଜବତ କରିଛନ୍ତି । ଗିରଫ ଶିକାରୀ ଦ୍ୱୟ ହେଲେ ପୁରୀ ଜିଲ୍ଲା ଆଳି ପଡା ନୂଆଗାଁ ର ଗୁରୁ କୁମାର ରାଉତ (୩୨) ଓ ଫକୀର ରାଉତ (୪୪) ବୋଲି ଟାଙ୍ଗୀ ବନ୍ୟ ପ୍ରାଣୀ ରେଞ୍ଜର ନିନୀ ମୁର୍ମୁ ସୂଚନା ଦେଇଛନ୍ତି ।

ପ୍ରତି ବର୍ଷ ଅବାଧ ପକ୍ଷୀ ଶିକାର ରୋକିବା ପାଇଁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ବହୁ ପକ୍ଷୀ ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଆଇନର ଗଳା ବାଟ ଦେଇ ବେଶ ଅକ୍ଳେଶରେ ଶିକାରୀମାନେ ଜେଲରୁ ମୁକୁଳି ଯାଉଛନ୍ତି । ଯାହା ଫଳରେ ନୂଆ ପକ୍ଷୀ ଶିକାରୀମାନଙ୍କୁ ଶିକାର କରିବାକୁ ଏହା ପ୍ରେରଣା ଦେଇଆସୁଛି । ଏଣୁ ସରକାର ଶିକାରୀମାନଙ୍କୁ କଡା ସଜା ଦେଲେ ଅନ୍ୟ ଶିକାରୀମାନେ ନିଶ୍ଚିତ ଶିକାର କରିବାରୁ କ୍ଷାନ୍ତ ହୋଇପାରିବେ ବୋଲି ବହୁ ପକ୍ଷୀ ବିଶାରଦ ଓ ସ୍ଥାନୀୟ ଜନସାଧାରଣ ସରକାରଙ୍କୁ ଅନୁରୋଧ କରିଛନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.