ବଲାଙ୍ଗିର ଜିଲ୍ଲାରେ ଗରିବ ଲୋକଙ୍କୁ ସଜାଇ ଦିଆଯାଇଛି କମ୍ପାନୀ ମାଲିକ, ଠକୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଜିଏସ୍‌ଟି

ବଲାଙ୍ଗିର(କେନ୍ୟୁଜ୍‌) : ବଲାଙ୍ଗିର ଜିଲ୍ଲା ରେ ଗରିବ ନିରିହ ଲୋକଙ୍କୁ ସଜାଇ ଦିଆଯାଇଛି କମ୍ପାନୀ ମାଲିକ । ଜିଏସଟି ଜାଲିଆତି କରିବାକୁ ଏପରି ଅଭିନବ ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି । କୋଟି କୋଟି ଟଙ୍କାର ଜିଏସଟି ଠକେଇ ହେବା ପରେ ଏବେ ଥାନାରେ ମାମଲା ପହଞ୍ଚିଛି । ଏହାର ତଦନ୍ତ କରୁଛି ବଲାଙ୍ଗିର ପୋଲିସ ।

ଏ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ସାରସମାଲ ଗାଁର ନରେନ୍ଦ୍ର ସାହୁ । ମାତ୍ର ଜିଏସଟି କାଗଜପତ୍ର ରେ ଏ ହେଉଛନ୍ତି କେଲାଡିଆ ଟ୍ରେଡ୍ସସ ମାଲିକ । ୧୦ କୋଟିରୁ ଅଧିକ ଟଙ୍କାର ଜିଏସଟି ନରେନ୍ଦ୍ର ଙ୍କ ନାଁ ରେ । ଆଉ ଜଣେ ହେଲେ ସେହି ଗାଁ ର ସବିତା ରାଣା । ପରିବହନ କମ୍ପାନୀର ମାଲିକ ସଜାଇ ଦିଆଯାଇଛି ତାଙ୍କୁ । ଆଉ ୩କୋଟି ଟଙ୍କାର ଜିଏସଟି ଠକେଇ । ଏହି ଚେହେରା ସବୁ ଦେଖିଲେ ଆପଣ ଜାଣିପାରୁଥିବେ ଏ କେତେଟଙ୍କା ର ମାଲିକ ହୋଇଥିବେ । ଏପରି ଅନେକ ନିରିହ ଲୋକଙ୍କୁ କମ୍ପାନୀ ମାଲିକ ସଜାଇ ଜିଏସଟି ର ଜାଲିଆତି କରାଯାଇଛି । ଏବେ ପୋଲିସ ପାଖରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରୁଛନ୍ତି ଠକେଇର ଶିକାର ହୋଇଥିବା ନିରିହ ଲୋକ ।

GST-2

ସେହି ପରି ସଇଁତଲା ଥାନା ଘଣ୍ଟମାଲ ଗାଁ ର ରବିନ୍ଦ୍ର ଭୋଇ । ସିନ୍ଦୁଜା ଷ୍ଟିଲ କମ୍ପାନୀର ମାଲିକ ସଜାଇ ଦେଢକୋଟି ର ଜିଏସଟି ଠକେଇ । ଆଉ ଏହି ଲୋକଙ୍କ ଘର ର ଅବସ୍ଥା ଓ ବେଶଭୁଷା ଦେଖି ବିକ୍ରି ଓ ଦ୍ରବ୍ଯସେବା ବିଭାଗ ର ହୋସ ଉଡିଯାଇଛି । ଏମାନଙ୍କୁ ଢାଲକରି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହୋଇଛି । ବଲାଙ୍ଗିର ସହରର ଜଣେ ମହିଳା ବ୍ୟାଙ୍କ୍‌ରେ ଲୋନ କରାଇଦେବାକୁ କହି ଏପରି କରିଥିବା ଅଭିଯୋଗ ହେଇଛି । ପ୍ରାୟ ୮ଜଣ ଙ୍କ ନାଁ ରେ କମ୍ପାନୀ ଖୋଲାହୋଇଥିବା ବିଭାଗ ଜାଣିବାକୁ ପାଇଛି । ଏବେ ବଲାଙ୍ଗିର ପୋଲିସ ର ଅଭିଯୋଗ ହେବାପରେ ତଦନ୍ତକୁ ଯୋରଦାର କରାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.