Below header

ଲକ୍‌ଡାଉନ୍‌ ଆରମ୍ଭ ବେଳୁ ଚାଲିଥିଲା ଚୋରା ମଦ ବେପାର, ଧରିଲେ ପୋଲିସ୍‌ ଓ ଅବକାରୀ ଅଧିକାରୀ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପିପଳଗୁଡା ଓ ସବିଗୁଡ଼ା ଗାଁରୁ ବିପୁଳ ପରିମାଣରେ ହାତରନ୍ଧା ଦେଶୀ ମଦ, ମହୁଲ ପୋଚ ସହ ବାପ ପୁଅ ଓ ଅନ୍ୟ ଜଣେଙ୍କୁ ଗିରଫ କରାଯାଇଛି l

କୌଣସି ସୂତ୍ରରୁ ଖବର ପାଇ ପିପାଳଗୁଡା ଠରେ ପୋଲିସ ଓ ଭବାନୀପାଟଣା ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲେ । ଏହି ମଦ କାରବାର ଲକ ଡାଉନ ସମୟରୁ ଚାଲି ଆସୁଥିଲା । ସେମାନେ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ । ଏହି କାରବାରରେ ଆଉ କିଛି ଲୋକ ସମ୍ପୃକ୍ତ ଥିବା ଜଣାପଡିଛି l ଅବିକଳ ସରକାରୀ ଲୋଗୋ ଥିବା ମାଛ ଛାପ ଜରି ପାଉଚ ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ମେସିନ ମଧ୍ୟ ଜବତ କରିଛି ଅବକାରୀ ବିଭାଗ l ଏହି ଚଢ଼ାଉରେ ୨୨୦ ଲିଟର ଦେଶୀ ମଦ ସହ ୮୦୦ ଲିଟର ମହୁଲ ପୋଚ ଜବତ ହୋଇଛି । ଜୟପାଟଣା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କ ସମେତ ଭବାନୀପାଟଣା ଅବକାରୀ କର୍ମଚାରୀଙ୍କ ମିଳିତ ଉଦ୍ୟମରେ କରାଯାଇଛି । ପିପଳଗୁଡା ଗାଁର ତ୍ରିନାଥ ବେଶ୍ରା, ସୁରେଶ ବେଶ୍ରା ଓ ସବିଗୁଡା ଗାଁର ଗଣପତି ଦିଶାରୀ ତିନି ମଦ ମାଫିଆଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.