Below header

ଭୁବନେଶ୍ବର: ଧିରେ ଧିରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ରାଜଧାନୀରେ ୧୮୯ ଆକ୍ରାନ୍ତ ଚିହ୍ନଟ, ୨୬୭ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜଧାନୀ  ଭୁବନେଶ୍ବରରୁ ୧୮୯ କରୋନା ଆକ୍ରାନ୍ତ  ଚିହ୍ନଟ  ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ଅଛନ୍ତି ୪୭ ଜଣ ଓ ଲୋକାଲ କଣ୍ଟାକ୍ଟ କେସରୁ ଅଛନ୍ତି ୧୪୨ ଜଣ। ସେହିଭଳି ୨୪ ଘଣ୍ଟାରେ ରାଜଧାନୀ ଭୁବନେଶ୍ବରରୁ ୨୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବର ସୂଚନା ଦେଇଛି ବିଏମସି।

ବିଏମସି ସୂଚନା ମୁତାବକ କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ଖଣ୍ଡଗିରିର ୬ ଜଣ, କଳିଙ୍ଗନଗରର ୨ ଜଣ, ଆଇଆସି ଭିଲେଜର ୩ ଜଣ, ଚକେଇସିଆଣୀର ୩ ଜଣ, ନୟାପଲ୍ଲୀର ୩ଜଣ, ପୁରୁଣା ଭୁବନେଶ୍ବରର ୨ ଜଣ,ପଟିଆର ୩ ଜଣ, ପାତ୍ରପଡାର ୨ ଜଣ, ସହିଦ ନଗରର ୨ ଜଣ,ଶୈଳଶ୍ରୀ ବିହାରର ୨ ଜଣ, ୟୂନିଟ-୬ର ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବଡଗଡ଼,ଭୀମଟାଙ୍ଗୀ,ବିଜେବୀ ନଗର, ବ୍ରହ୍ମେଶ୍ବର ପାଟଣା, ସିଆରପି ଛକ, ଡେଲଟା, ଗଣ୍ଡମୁଣ୍ଡା,ଗୌତମ ନଗର, କାନନ ବିହାର, ଖାରବେଳ ନଗର, ଲକ୍ଷ୍ମୀସାଗର,ମଞ୍ଚେଶ୍ବର, ପାଣ୍ଡରା, ରସୁଲଗଡ,ସତ୍ୟବିହାର,ଶିଖରଚଣ୍ଡୀ ନଗର ଓ ଭିଏସଏସ ନଗରରୁ ଜଣେ  ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

ସେହିଭଳି ଲୋକାଲ କଣ୍ଟାକ୍ଟ କେସରେ ଆକ୍ରାନ୍ତ ମାନଙ୍କ ମଧ୍ୟରେ ଆଇଆରସି ଭିଲେଜରୁ ୧୧ ଜଣ, ଖଣ୍ଡଗିରି, ବମିଖାଲରୁ ୯-୯ ଜଣ, ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର, ବରମୁଣ୍ଡାରୁ ୬ ଜଣ ଲେଖାଏଁ, ସହିଦ ନଗରରୁ ୫ ଜଣ, ଶୈଳଶ୍ରୀ ବିହାର, ପଟିଆ, ସତ୍ୟନଗର, ଆଚାର୍ଯ୍ୟ ବିହାରରୁ ୪-୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.