ହାଇ କ୍ୱାଲିଟି ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି LG, ୯୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିପାରିବ ଡିଷ୍ପ୍ଲେ

ଏଲଜିର ସବୁଠୁ ଖାସ ଓ ସ୍ପେଶାଲ ସ୍ମାର୍ଟଫୋନ ଆସନ୍ତା ୨୮ ତାରିଖ ଦ୍ବିପହର ୧୨ ଟାରେ ଲଞ୍ଚ ହେବାକୁ ଯାଉଛି । ଅକ୍ଟୋବର ୨୮ ତାରିଖରେ ଲଞ୍ଚ ହେବାକୁ ଥିବା ଏହି ଫୋନର ନାଁ କମ୍ପାନୀ ତରଫରୁ LG Wing ବୋଲି ରଖାଯାଇଛି । ଏକ୍ସପଲରର ପ୍ରୋଜେକ୍ଟ ସିରିଜର ପ୍ରଥମ ଫୋନ ହେଉଛି LG Wing । ଏହି ଫୋନରେ ଥିବା ଦୁଇ ଦୁଇଟି ୯୦ ଡିଗ୍ରୀ ପର୍ଯ୍ୟନ୍ତ ବୁଲିଯାଇପାରିବ । ଏହାବାଦ ଏହି ଫୋନକୁ ମଲ୍ଟିଟିସ୍କ୍ରିନ ପାଇଁ ହିଁ ସ୍ୱତନ୍ତ୍ର ରୂପେ ନିର୍ମାଣ କରାଯାଇଛି । ଏହି ଫୋନର ପ୍ରକୃତ ଦର କମ୍ପାନୀ ତରଫରୁ ପ୍ରକାଶ କରାଯାଇନଥିବା ବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ପାଖାପାଖି ୭୧ ହଜାର ୪୦୦ ଟଙ୍କା ରଖାଯିବା ନେଇ ଆଶା କରାଯାଉଛି । ଆଉ ଏହି ମୂଲ୍ୟରେ ୧୨୮ ଜିବି ଷ୍ଟୋରେଜ ପର୍ଯ୍ୟନ୍ତ ବ୍ୟାରିୟାଣ୍ଟ ରହିବ । LG Wing ଫୋନ ନେମାଲି ଆରୋରା ଓ ଇଲ୍ୟୁସନ ସ୍କାଇ ପରି ଦୁଇ ରଙ୍ଗରେ ବଜାରରେ ଉପଲବ୍ଧ ହେବ ।

ଏହି ଫୋନରେ ଡୁଆଲ ସିମ ସପୋର୍ଟ ସହ ଆଣ୍ଡ୍ରଏଡ଼ ୧୦ ଉପରେ ଆଧାରିତ ହୋଇଥିବା ବେଳେ ଏଥିରେ Q OS ର ସପୋର୍ଟ ମିଳିଯାଇପାରିବ । ଏହା ସହ ଫୋନରେ ୬.୮ ଇଂଚର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସପୋର୍ଟ ମିଳୁଥିବା ବେଳେ ଏହାର ରିଯୄଲ୍ୟୁସନଲେସନ ୧୦୮୦ X ୨୪୬୦ ପିକସଲ ମିଳିଯାଇପାରିବ । ଏହା ସହ P-OLEDଏଥିରେ ପ୍ରାଇମେରୀ ଡିଷ୍ପ୍ଲେ ସପୋର୍ଟ ବି ରହିଛି । ଅନ୍ୟ ଡିଷ୍ପ୍ଲେରେ ଏଚଡ଼ି ପ୍ଲସ G-OLED ସହ ର ସପୋର୍ଟ ବି ରହିଛି । ଏହା ସହ ଏହି ଫୋନରେ ୭୬୫G ସ୍ନାପଡ୍ରାଗନ ପ୍ରୋସେସର, ୮ ଜିବି ରାମ ସମେତ ୧୨୮ ଜିବି/ ୨୫୬ ଜିବିର ଷ୍ଟୋରେଜ ଫ୍ୟାସିଲିଟି ମଧ୍ୟ ମିଳିପାରିବ । ଯାହାକୁ ଆବଶ୍ୟକ ପଡିଲେ ମେମୋରୀ କାର୍ଡ ମାଧ୍ୟମରେ ୨ ଟିବି ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇପାରିବ । କ୍ୟାମେରା ଦୃଷ୍ଟିରୁ ଦେଖିଲେ ଏଥିରେ ଟ୍ରିପଲ ରିୟାର କ୍ୟାମେରା ସେଟ ଅପ ରହିଛି | ଏହାର ମେନ କ୍ୟାମେରା ୬୪ ମେଗାପିକସଲ ବିଶିଷ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.