ରାଜସ୍ଥାନ : ଥର୍‌ ମରୁଭୂମି ଦିନେ ଥିଲା ସବୁଜିମାରେ ଭରପୁର, ଲକ୍ଷେ ୭୨ ହଜାର ବର୍ଷ ତଳୁ ନଦୀ ହୋଇଯାଇଛି ମୃତ

ବିଶ୍ୱ ପ୍ରତି କ୍ଷଣରେ ପରିବର୍ତ୍ତିତ ହେଉଛି । ଦିନେ ଯେଉଁଠି ଅତଳ ସମୁଦ୍ର ଥିଲା ଆଜି ସେଠାରେ ପାହାଡ଼ ଆଉ ଯେଉଁଠି ସମତଳ ଭୂମି ଥିଲା ସେଠାରେ ସମୁଦ୍ର । ଏହା ସୃଷ୍ଟିର ନିୟମ । ରାଜସ୍ଥାନର ଥର୍‌ ମରୁଭୂମି ଯେଉଁଠି ପାଣିର ଚିହ୍ନ ବର୍ଣ୍ଣ ନାହିଁ । ସେଠାରେ ଦିନେ ଚିରସ୍ରୋତା ନଦୀ ଥିଲା । ଏପରି ତଥ୍ୟ ପାଇଛନ୍ତି ଏକ ଅନ୍ତର୍ଜାତୀୟ ଗବେଷଣା ଦଳ ।

thar

ପ୍ରସ୍ତର ଯୁଗରେ ଏକ ନଦୀ ଥର୍‌ ମରୁଭୂମି ଦେଇ ପ୍ରବାହିତ ହେଉଥିଲା । ଯାହାକୁ ଥର୍‌ ମରୁଭୂମିର ‘ଲାଇଫ ଲାଇନ୍‌’ ବୋଲି କୁହାଯାଉଥିଲା । ଏହି ନଦୀ ୧ ଲକ୍ଷ ୭୨ ହଜାର ବର୍ଷ ତଳୁ ମୃତ ହୋଇଯାଇଥିବା ଏହି ଗବେଷଣା ଦଳ ଜାଣିବାକୁ ପାଇଛନ୍ତି ।

thar-2

ଜର୍ମାନୀର ‘ମାକ୍ସ ପ୍ଲାଙ୍କ୍ ଇନ୍ଷ୍ଟିଚ୍ୟୁଟ୍ ଫର୍ ସାଇନ୍ସ ଅଫ୍ ହ୍ୟୁମାନ୍ ହିଷ୍ଟ୍ରି’, ଚେନ୍ନାଇର ଆନ୍ନା ବିଶ୍ୱବିଦ୍ୟାଳୟ ଏବଂ କୋଲକାତାର ଆଇଆଇଏସ୍ଇଆରର ଗବେଷକମାନେ ଏହି ମୃତ ନଦୀ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି । ଏପରି ତଥ୍ୟ ରିପୋର୍ଟ ବିଜ୍ଞାନ ପତ୍ରିକା ‘କ୍ବାଟର୍ନାରି ସାଇନ୍ସ ରିଭ୍ୟୁ’ରେ ପ୍ରକାଶ ପାଇଛି ।

ଏହି ନଦୀଟି ବିକାନିର, ନଳ, ଲୁଣି ଉପତ୍ୟକା ଆଦି ଅଞ୍ଚଳରେ ପ୍ରବାହିତ ହେଉଥିଲା। ଚେନ୍ନାଇର ଆନ୍ନା ବିଶ୍ବବିଦ୍ୟାଳୟର ପ୍ରଫେସର ହେମ ଅଚ୍ୟୁତନ୍ କୁହନ୍ତି, ଆଜିର ଥର୍ ମରୁଭୂମି ଦିନେ ସବୁଜିମାରେ ଭରପୁର ଥିଲା ଏବଂ ଏ ଅଞ୍ଚଳ ଦେଇ ଏକ ଚିରସ୍ରୋତା ନଦୀ ପ୍ରବାହିତ ହେଉଥିଲା । ଯାହାକି ୧ ଲକ୍ଷ ୭୨ ହଜାର ବର୍ଷ ତଳୁ ମୃତ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.