Below header

ଆଜି ଭୁବନେଶ୍ବରରୁ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ଆକ୍ରାନ୍ତ ସଂଖ୍ୟା  ୧୩୬୮୯ ରେ ପହଞ୍ଚିଲା

ଭୁବନେଶ୍ୱର(କେନ୍ୟୁଜ୍): ଆଜି ଭୁବନେଶ୍ବରରୁ ମୋଟ୍‌ ୩୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯ଟି କ୍ବାରାଣ୍ଟାଇନ କେସ୍ ଥିବା ବେଳେ ୧୫୮ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ସୂଚନା ରହିଛି।

ଆଜିର ୩୯୪ଟି ନୂଆ କେସକୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ଆକ୍ରାନ୍ତ ସଂଖ୍ୟା  ୧୩୬୮୯ ରେ ପହଞ୍ଚିଛି । ଏହା ମଧ୍ୟରୁ ଆକ୍ଟିଭ୍ କେସ୍  ୫୦୯୯ ରହିଛି ।  ସେହିପରି   ୩୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି ବିଏମସି । ଏହା ସହିତ ଭୁବନେଶ୍ବରରେ ମୋଟ ସୁସ୍ଥସଂଖ୍ୟା ୮୫୨୯ ରେ ପହଞ୍ଚିଥିବାବେଳେ  ମୃତ୍ୟୁସଂଖ୍ୟା  ୪୯ ଛୁଇଁଛି  ବୋଲି ଭୁବନେଶ୍ୱର ମହାନଗର ନିଗମ  ଟ୍ବିଟ କରି  ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.