ଠେଲା ଓ ଗୁପଚୁପ୍ ଦୋକାନ ଖାଉଥିଲେ ହୋଇଯାଆନ୍ତୁ ସାବଧାନ ! ୧୦ ଆଇଏଏସ ଓ ଆଇପିଏସ ଅଫିସର ରଖିଛନ୍ତି କଡା ନଜର

କେନ୍ୟୁଜ(ବ୍ୟୁରୋ):  କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୧୦ ଆଇଏଏସ ଓ ଆଇପିଏସ ଅଫିସର ଅଚାନକ ଯାଞ୍ଚ ଆରମ୍ଭ କରି ଦେଇଛନ୍ତି । ଅଫିସରମାନେ ଯେଉଁଠିକୁ ଯାଉଛନ୍ତି ଡ୍ରୋନ ସାହାଯ୍ୟରେ ସେଠାକାର ଚିତ୍ର ଉତ୍ତୋଳନ କରୁଛନ୍ତି। ଚିତ୍ରରେ ଠେଲା ଦୋକାନ ଆଗରେ କିଏ ଗୁପଚୁପ ଖାଉଛନ୍ତି ତ ଆଉ କିଏ ଦହିବରା ଖାଉଛନ୍ତି ।

ପୁଣି ବିନା ମାସ୍କରେ ଲୋକମାନେ ବାହାରକୁ ଆସୁଛନ୍ତି। ଏପରି ହେବା ଦ୍ୱାରା ଆମେ କରୋନାକୁ ଡାକୁଛୁ ବୋଲି ଏସଆରସି ସୂଚନା ଦେଇଛନ୍ତି । ଲକଡାଉନ୍‌ ଦ୍ୱାରା ଅର୍ଥନୀତି ପ୍ରଭାବିତ ହେଉଛି । ଆଗକୁ ଲକ୍ଷ୍ୟ ରଖି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡୁଛି। ଜୀବନ ଓ ଜୀବିକା ଭିତରେ ସନ୍ତୁଳନ ରଖିବାକୁ ପଡ଼ିବ ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.