Below header

ରାଜଧାନୀରେ ଆକ୍ରାନ୍ତ ସଂଖ୍ୟାକୁ ମାତ ଦେଲା ସୁସ୍ଥ ସଂଖ୍ୟା, ଆଜି ୯୧ ଆକ୍ରାନ୍ତ ଚିହ୍ନଟ ଓ ୨୨୮ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀ ଭୁବନେଶ୍ୱରରେ ଧିରେ ଧିରେ ହ୍ରାସ ପାଉଛି  କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହିଛି ସୁସ୍ଥ ସଂଖ୍ୟା।  ୨୪ ଘଣ୍ଟା ମଧ୍ୟରେ ଆଜି  ୯୧ଜଣ କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା   ସହ ଆଜି ୨୨୮ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୯୧ଜଣ କରୋନା ଆକ୍ରାନ୍ତଙ୍କ  ମଧ୍ୟରୁ ୨୮ଜଣ କ୍ବାରେଣ୍ଟାଇନ ଓ ଲୋକାଲ କଣ୍ଟାକ୍ଟ କେସରୁ  ୬୩ଜଣ  ଥିବା   ଭୁବନେଶ୍ୱର ମହାନଗର ନିଗମ  ପକ୍ଷରୁ ଟ୍ବିଟ  ଯୋଗେ ସୂଚନା ଦେଇଛି।

କ୍ବାରେଣ୍ଟାଇନରୁ ଚିହ୍ନଟ ଆକ୍ରାନ୍ତ ମାନେ  ପୂର୍ବ ଆକ୍ରାନ୍ତଙ୍କ  ସଂସ୍ପର୍ଶରେ ଆସିଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ୟୁନିଟ-୬ ଓ ନୟାପଲ୍ଲୀରୁ ସର୍ବାଧିକ ୩-୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିଭଳି ଟଙ୍କପାଣି ରୋଡ଼, ୟୁନିଟ-୯, ପଳାଶୁଣି ଓ ପୋଖରୀପୁଟରୁ ୨-୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି |

ଲୋକାଲ କଣ୍ଟାକ୍ଟ କେସରୁ  ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀ ଓ ଶୈଳଶ୍ରୀ ବିହାରରୁ ୭-୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିଭଳି ଓଲଡ଼ ଟାଉନରୁ ୬ଜଣ, ଚନ୍ଦ୍ରଶେଖରପୁର ଓ ମଞ୍ଚେଶ୍ୱରରୁ ୫-୫ଜଣ, ଚିନ୍ତାମଣିଶ୍ୱରରୁ ୪ଜଣ, ଖଣ୍ଡଗିରିରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.