ଅଭିନେତ୍ରୀ ଲୁଭିଏନା ଲୋଧଙ୍କ ବିରୋଧରେ କୋଟିଏ ଟଙ୍କାର ମାନହାନୀ ମାମଲା କଲେ ମହେଶ ଭଟ୍ଟ, ଅଭିନେତ୍ରୀ ଆଣିଥିଲେ ନିର୍ଯାତନା ଅଭିଯୋଗ

ମୁମ୍ବାଇ : ଅଭିନେତ୍ରୀ ଲୁଭିଏନା ଲୋଧଙ୍କ ବିରୋଧରେ ୧ କୋଟି ଟଙ୍କାର ମାନହାନୀ ମକଦ୍ଦମା ଦାୟର କରିଛନ୍ତି ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ । ଏଥି ସହ ତାଙ୍କ ବିରୋଧରେ କୌଣସି ଘୃଣ୍ୟ, ମିଥ୍ୟା, ନିନ୍ଦନୀୟ ଏବଂ ଅପମାନଜନକ ଅଭିଯୋଗ ନ କରିବାକୁ ଆଦେଶ ଦେବା ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି ମହେଶ ଭଟ୍ଟ ।

mahesh-00.jpg-11

ଲୁଭିଏନା ମହେଶ ଭଟ୍ଟଙ୍କ ବିରୋଧରେ ନିର୍ଯାତନା ମାମଲା ଆଣିଥିଲେ । ନଭେମ୍ବର ୧୬ରେ ଏହି ମାମଲାର ଶୁଣାଣି ହେବ। ଲୁଭିଏନା ଲୋଧଙ୍କ ଦ୍ୱାରା କରାଯାଇଥିବା ନିର୍ଯ୍ୟାତନା ଅଭିଯୋଗକୁ ଅସ୍ୱୀକାର କରି ମହେଶ ଭଟ୍ଟଙ୍କ ଆଇନ ପରାମର୍ଶଦାତା ଶୁକ୍ରବାର ଏକ ବିବୃତି ଦେଇଥିଲେ ।

ସୂଚନାଯୋଗ୍ୟ, ଗୁରୁବାର ଲୁଭିଏନା ଲୋଧ ଏକ ଇନଷ୍ଟାଗ୍ରାମ ଭିଡିଓରେ ମହେଶ ଭଟ୍ଟଙ୍କ ଉପରେ ଅସଦାଚରଣ କରିଥିବା ନେଇ ଆରୋପ ଲଗାଇଥିଲେ | ଗୁରୁବାର ଲୁଭିଏନା ଲୋଧ ଇନଷ୍ଟାଗ୍ରାମରେ ପ୍ରାୟ ୧ମିନିଟ ଏବଂ ୪୮ ସେକେଣ୍ଡର ଏକ ଭିଡିଓ ସେୟାର କରିଥିଲେ, ଯେଉଁଠାରେ ସେ ମହେଶ ଭଟ୍ଟ ଏବଂ ତାଙ୍କ ପରିବାର ବିରୋଧରେ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.