Below header

ରାଜ୍ୟରେ ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍ (ବ୍ୟୁରୋ): ରାଜ୍ୟରେ ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ । କଟକରୁ ସର୍ବାଧିକ ୧୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଓ ଗଞ୍ଜାମରୁ ୧୬ ଜଣ ଲେଖାଅଁ, କନ୍ଧମାଳରୁ ୧୪ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ମୟୂରଭଞ୍ଜରୁ ୯ଜଣ, ଯାଜପୁରରୁ ୭ଜଣ, ପୁରୀରୁ ୫ଜଣ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ ୪ଜଣ ଓ କେନ୍ଦ୍ରାପଡ଼ାରୁ ୩ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ବରଗଡ଼ ଓ କେନ୍ଦୁଝରରୁ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୧୪୪ରେ ପହଞ୍ଚିଛି ବୋଲି ସୂଚନା  ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ସେପଟେ  ରାଜ୍ୟରେ ପୁଣି ଚିହ୍ନଟ ହୋଇଛନ୍ତି ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ୧୭୪ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୧୪୬ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୨୮ଜଣ ସ୍ଥାନୀୟ ବାସିନ୍ଦା । ମୋଟ୍ ୧୮ ଜିଲ୍ଲାରୁ ଏହି ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୫୬ଜଣ ଚିହ୍ନଟ ହୋଇଥିବାବେଳେ, କେନ୍ଦୁଝରରୁ -୫, ଯାଜପୁରରୁ -୯, ନବରଙ୍ଗପୁରରୁ -୭, ଖୋର୍ଦ୍ଧାରୁ-୧୦, କୋରାପୁଟରୁ -୬, ମାଲକାନଗିରିରୁ -୧, ବାଲେଶ୍ୱରରୁ -୩୪, କଳାହାଣ୍ଡିରୁ -୬, ନୂଆପଡାରୁ -୧, କନ୍ଧମାଳରୁ -୩, ଭଦ୍ରକରୁ-୩, ବୌଦ୍ଧରୁ -୨, ପୁରୀରୁ -୧୬, ସୁନ୍ଦରଗଡରୁ -୩, କେନ୍ଦ୍ରାପଡାରୁ -୭, ବରଗଡରୁ -୪ ଓ ବଲାଙ୍ଗୀରରୁ -୧ ଚିହ୍ନଟ  ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.