ଜବରଦସ୍ତ ସ୍କୁଟର! ଲଞ୍ଚିଂ ପୂର୍ବରୁ ହିଁ ହୋଇଗଲା ବିକ୍ରି

ଇଟାଲୀର ସ୍କୁଟର ମେନୁଫ୍ଯାକ୍ଚର ltalijet ଏଭଳି ଏକ ସାନଦାର୍ ସ୍କୁଟର ନେଇ ଆସିଛି, ଯାହା ଲଞ୍ଚ ହେବା ପୂର୍ବରୁ ହିଁ ବିକ୍ରୀ ହୋଇସାରିଛି। ଏହି କମ୍ପାନୀର ଆସିବାକୁ ଥିବା ନୂତନ ସ୍କୁଟର ltalijet Dragsterର ସ୍ପେଶାଲ ଏଡିସନ ଭର୍ସନ। Dragsterର ଲଞ୍ଚିଂକୁ ସେଲିବ୍ରେଟ କରିବା ପାଇଁ ଏହି ସ୍କୁଟରକୁ ଲଞ୍ଚ କରାଯାଇଛି। ltalijet Dragster Limited Edition ନାମରେ ଆସିଥିବା ଏହି ସ୍ପେଶାଲ ଭର୍ସନକୁ ଖାସ କଲର ଏବଂ ଗ୍ରାଫିକ୍ସ ସ୍କିମ୍ ସହ ଲଞ୍ଚ କରାଯାଇଛି।

ITALJET-Dragsterltalijet Dragster ସ୍କୁଟର ଆସନ୍ତା ସେପ୍ଟମ୍ବରରେ ଲଞ୍ଚ ହେବାର ଆଶା ରହିଛି। ଏଥିସହ ଏହି ସ୍ପେଶାଲ ଏଡିସନ ମଡେଲ ମଧ୍ଯ ଆସିବ। କମ୍ପାନୀ ଡ୍ରାଗଷ୍ଟାର ସ୍ପେଶାଲ ଏଡିସନ ସ୍କୁଟର କେବଳ ୪୯୯ ୟୁନିଟରେ ତିଆରି କରିବ ବୋଲି ଆଶଙ୍କା କରାଯାଉଛି। ସବୁଠାରୁ ଖାସ୍ କଥା ହେଉଛି ଲଞ୍ଚିଂ ପୂର୍ବରୁ ଏହା ସମୁଦାୟ ୪୯୯ଟି ସ୍କୁଟର ବିକ୍ରି କରିସାରିଛି। କମ୍ପାନୀ କହିବାନୁଯାୟୀ ଏହି ସ୍କୁଟର ସବୁଠାରୁ ଜାପାନରେ ଅଧିକା ବୁକିଂ ହୋଇଛି।

dragsterଏହି ଡ୍ରାଗଷ୍ଟାର ସ୍କୁଟର ଦୁଇଟି ଇଞ୍ଜିନ୍ ସହ ଆସିବ, ଯେଉଁଥିରେ 125 cc ଏବଂ 200 cc ର ଇଞ୍ଜିନ୍ ସାମିଲ ରହିଛି। 125 cc ଥିବା ଇଞ୍ଜିନ୍ 15 bhp ପାୱାର ଏବଂ 12.5 Nm ପିକ ଟର୍କ, ସେହିପରି 200 cc ଥିବା ଇଞ୍ଜିନ୍ 20 bhp ପାୱାର ଏବଂ 17Nm ପିକ୍ ଟର୍କ ଜେନରେଟ କରିଥାଏ।

ITALJETltalijet Dragster ସ୍କୁଟର ୨୦ରୁ ଅଧିକ ଦେଶରେ ବିକ୍ରି କରାଯିବ। କିନ୍ତୁ ଏହି ଦେଶମାନଙ୍କ ମଧ୍ଯରେ ଭାରତ ସାମିଲ ନାହିଁ। ସୂଚନା ମୁତାବକ ltalijet କମ୍ପାନୀ ଗୋଟିଏ ସମୟରେ ଭାରତୀୟ ବଜାରରେ ଉପସ୍ଥିତ ଥିଲା ଏବଂ ଏହା କାଇନୋଟିକ ସହ ଭାଗିଦାରୀରେ ବ୍ଲେଜ ସ୍କୁଟର ବିକ୍ରୀ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.