ନୂଆପଡା: କ୍ୱାରେଣ୍ଟାଇନ ସେଣ୍ଟର ବାହାରେ ପ୍ରବାସୀ ମହିଳା ଶ୍ରମିକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
ନୂଆପଡା(କେନ୍ୟୁଜ୍): ଖଡିଆଳ ବକ୍ଲ ମଣ୍ଡୋସିଲ ପଞ୍ଚାୟତ ମାଲପଡା କ୍ୱାରେଣ୍ଟାଇନ ସେଣ୍ଟରରେ ଜଣେ ପ୍ରବାସୀ ମହିଳା ଶ୍ରମିକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ମାଲପଡା କ୍ୱାରେଣ୍ଟାଇନ ସେଣ୍ଟର ନିକଟରେ ଥିବା ନମ୍ବି ଗଛରେ ନିଜ ଶାଢିକୁ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ମହିଳା ଜଣକ ଗତ ୪ତାରିଖ ଦିନ ତେଲେଙ୍ଗାନାରୁ ଫେରି ନିଜ ସ୍ୱାମୀ ସହିତ ମାଳପଡା କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ ।
ଆତ୍ମହତ୍ୟା କରିଥିବା ମହିଳା ଜଣକ ଖଡିଆଳ ବକ୍ଲ ଦାବ୍ରିଗାଁର କାହ୍ନୁ ମାଝିଙ୍କ ପତ୍ନି ସୁବର୍ନି ମାଝି ବୋଲି ଜଣାପଡିଛି । ଏନେଇ ମଣ୍ଡୋସିଲ ଗ୍ରାମ ପଞ୍ଚାୟତର ସରପଞ୍ଚ ରାଧେଶ୍ୟାମ ରଣା ଖଡିଆଳ ପୋଲିସକୁ ଜଣାଇଥିଲେ । ପରେ ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ହେଲେ ଆତ୍ମହତ୍ୟାର କାରଣ ଏଯାଏଁ ଜଣାପଡି ନଥିବା ବେଳେ ପୋଷ୍ଟମଟମ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୋଲିସ କହିଛି ।