Below header

ମାତ୍ର ୪,୯୯୯ ଟଙ୍କା EMI ଦେଇ ଘରକୁ ଆଣନ୍ତୁ ଟାଟାର ଏହି ଜବରଦସ୍ତ କାର, ସେଫ୍ଟିରେ ସବୁଠାରୁ ବେଷ୍ଟ

ଟାଟା ମୋଟର୍ସ ଏବେ Tata Tiago କ୍ରୟ ଉପରେ ବହୁତ ବଢ଼ିଆ ଅଫର ଲଞ୍ଚ କରିଛି। ଲକଡାଉନ ଜାରି ରହିଥିବା କାରଣରୁ ମାନ୍ଦାବସ୍ତାରେ ଚାଲୁଥିବା କାରର ବିକ୍ରିକୁ ବଢ଼ାଇବା ପାଇଁ ଟାଟା ମୋଟର୍ସ ଏହି ହ୍ୟାଚବ୍ୟାକରେ ରିହାତି ଦେଉଛି। ଯଦି ଆପଣ ଟାଟା ଟିଆଗୋ କାର କିଣିବାକୁ ଚାହୁଁଛନ୍ତି ତାହେଲେ ଆମେ ଆପଣଙ୍କୁ ଏହି କାରର ଫିଚର୍ସ ଠାରୁ ନେଇ ସ୍ପେସିଫିକେସନ, ଡାଇମେନସନ ଏବଂ ଦାମ ଆଦି ବିଷୟରେ ପୂରା ବିବରଣୀ ଜଣାଇବୁ।

ଅଫର ଏବଂ ଦାମ

ଅଫର ବିଷୟରେ କହିବା ତ Tata Tiago କମ୍ପାନୀ ପ୍ରାୟ ୪,୯୯୯ ଟଙ୍କା ମାସିକ ଇଏମଆଇରେ କିଣିବାକୁ ସୁଯୋଗ ଦେଉଛି। ଲକଡାଉନର ଏହି ସମୟରେ ଲୋକେ ଆର୍ଥିକ ସଂକଟ ଦେଇ ଗତି କରୁଥିବା କାରଣରୁ କମ୍‌ ଇଏମଆଇରେ କାର କିଣିବା ଏହି ଅଫର ଜରିଆରେ ସହଜ ହେବ। ଦାମ ବିଷୟରେ କହିବା ତ Tata Tiagoର ଆରମ୍ଭ ଏକ୍ସ ସୋରୁମ ଦାମ ୪,୬୦,୦୦୦ ଟଙ୍କା ରହିଛି।

tataପାଓ୍ଵାର ଏବଂ ସ୍ପେସିଫିକେସନ

ପାଓ୍ଵାର ଏବଂ ସ୍ପେସିଫିକେସନ ବିଷୟରେ କହିବା ତ ଟାଟା ଟିଆଗୋର ଏହି କାରରେ 1199ccର ଇଞ୍ଜିନ ରହିଛି ଯାହା 6000 Rpmରେ 84.48 Hp ପାଓ୍ଵାର ଏବଂ 3300 Rpmରେ 113 Nm ଟର୍କ ଜେନେରେଟ୍‌ କରିଥାଏ। ସେହିପରି ଟ୍ରାନ୍ସମିସନ ବିଷୟରେ କହିବା ତ ଏହି ଇଞ୍ଜିନ ୫ ସ୍ପିଡ୍‌ ମାନୁଆଲ ଟ୍ରାନ୍ସମିସନ ଏବଂ ୫ ସ୍ପିଡ୍‌ ଅଟୋମେଟିକ ଟ୍ରାନ୍ସମିସନରେ ଲେସ୍‌ କରାଯାଇଛି।

ଯଦି ସେଫ୍ଟି ବିଷୟରେ କହିବା ତ ଟାଟା ଟିଆଗୋରେ ସେଫ୍ଟି ପାଇଁ Global NCAPରେ ୫ରେ ୪ ଷ୍ଟାର ଦିଆଯାଇଛି। ଅର୍ଥାତ ଏହି କାର ଫ୍ୟାମିଲୀ ପାଇଁ ବହୁତ ବଢ଼ିଆ। ଆପଣ ଏହି କାରରେ ବହୁତ କମ୍ଫର୍ଟରେ ଯା ଆସ୍‌ କରିପାରିବେ। ଏମିତିରେ ଡିସକାଉଣ୍ଟରେ ଏହି କାର କିଣିଲେ ଆପଣ ବହୁତ ଫାଇଦାରେ ରହିବେ।

Tiagoଡାଇମେନସନ୍‌, ବ୍ରେକିଙ୍ଗ ସିଷ୍ଟମ ଏବଂ ସ୍ପେସିଫିକେସନ

ଡାଇମେନସନ ବିଷୟରେ କହିବା ତ ଟାଟା ଟିଆଗୋ ଲମ୍ବରେ 3746 mm, ଚଉଡାରେ 1647 mm, ଉଚ୍ଚତାରେ 1535 mm, ଗ୍ରାଉଣ୍ଡ କ୍ଲିୟରାନ୍ସ 2400 mm, ହ୍ଵିଲବେସ 170 mm, ଓଜନ ୧୦୩୦-୧୦୮୦ କିଲୋ ଏବଂ ଫୁଏଲ ଟ୍ୟାଙ୍କ କାପାସିଟୀ ୩୫ ଲିଟର ରହିଛି। ବ୍ରେକିଙ୍ଗ୍‌ ସିଷ୍ଟମରେ ଟାଟା ଟିଆଗୋର ଫ୍ରଣ୍ଟରେ ଡିସ୍କ ବ୍ରେକ ଏବଂ ରିୟରରେ ଡ୍ରମ ବ୍ରେକ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.