Below header

ବାହ୍ୟଶତ୍ରୁ ଆକ୍ରମଣ ଯୋଗୁ ଅତୀତରେ ବି ବନ୍ଦ ରହିଥିଲା ରଥଯାତ୍ରା, ଏଥରକ ଦାଉ ସାଧିଲା କରୋନା

‘ଜଗନ୍ନାଥ’ ନାଁଟି ଶୁଣିଦେବା ମାତ୍ରେ ଆଖି ସାମ୍ନାକୁ ଚାଲିଆସେ ବଡ଼ ବଡ଼ କଳା କଳା ଦୁଇଟି ଆଖି। ଏହି ଆଖି ଦୁଇଟିକୁ ଦେଖିବାକୁ କାହିଁ କେତେ ଦୂରରୁ ଭକ୍ତଟିଏ ଧାଇଁ ଆସେ ଶ୍ରୀକ୍ଷେତ୍ର। ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତିକୁ ଦର୍ଶନ କରିବା ବେଳେ ଆଖି ଆପେ ଆପେ ମୁଦି ହୋଇଯାଏ। ଭାବର ଠାକୁର ସିଏ। ଯାହାର ଟିକେ ଦର୍ଶନ ପାଇଁ ଭକ୍ତ କୋଷ କୋଷ ଦୂରରୁ ଆସେ ତାହାକୁ ଦେଖିବା ମାତ୍ରେ ଆଖି ସ୍ୱତଃପ୍ରବୃତ୍ତ ବନ୍ଦ ହୋଇଯାଏ। ଭକ୍ତଟି ବୁଡ଼ିଯାଏ ସେହି ଭଗବାନଙ୍କ ଭାବନାରେ।

Origin Of The Origin: Who Is Lord Jagannath! - ODISHA BYTES

ସମସ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ନଥିବାରୁ ହଟିଆ ଠାକୁର ବର୍ଷକୁ ଥରେ ମାନବୀୟ ଲୀଳା କରିବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି। ଘଣ୍ଟଘଣ୍ଟା, ତୁରୀ, ଭେରୀ ନାଦରେ ତିନି ରଥରେ ରାଜା ଭଳି ବସି ମାଉସୀ ଘରକୁ ନବଦିନାତ୍ମକ ଯାତ୍ରାରେ ବାହାରନ୍ତି ଚତୁର୍ଦ୍ଧାମୂର୍ତ୍ତି। ସାଙ୍ଗରେ ଥାନ୍ତି ବଡ଼ ଉଭଣୀ ଓ ସାନ ଭାଇ। ଶ୍ରୀଜଗନ୍ନାଥଙ୍କ ଏହି ମହାଯାତ୍ରା ରଥଯାତ୍ରା ଭାବେ ସାରା ବିଶ୍ୱରେ ଖ୍ୟାତ। ରଥରେ ଜଗନ୍ନାଥଙ୍କୁ ଦେଖିଲେ କୋଟି ଜନ୍ମର ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ଥିବାରୁ ବଡ଼ ଦାଣ୍ଡରେ ରୁଣ୍ଡ ହୋଇଥାନ୍ତି ଲକ୍ଷ ଲକ୍ଷ ଲୋକ । ବର୍ଷକୁ ଥରେ ଏହି ଦିନକୁ ଚାତକ ଭଳି ଚାହିଁ ରହିଥାନ୍ତି ଭକ୍ତମାନେ। କିନ୍ତୁ ଚଳିତ ବର୍ଷ ରଥଯାତ୍ରାରେ ଘଟିଛି ବିଭ୍ରାଟ।

Odisha Engineer Has Been Making Puri's Rath Yatra Safer For 12 Years!

କରୋନା ଯୋଗୁ ରଥଯାତ୍ରାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। କରୋନା ଯୋଗୁ ଜନଗହଳି ପାଇଁ ଅନୁମତି ଦେଇପାରୁନାହାନ୍ତି ସର୍ବୋଚ୍ଚ ଅଦାଲତ। ଏଣୁ ଚଳିତ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ହାତରେ ଆହୁରି ଦିନ ଥିବାରୁ ଜଗନ୍ନାଥ ନିଶ୍ଚୟ କିଛି କରିବେ ବୋଲି ଆଶା ବାନ୍ଧିଛନ୍ତି ଭକ୍ତ। ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇଛି। ଆସନ୍ତୁ ଜାଣିବା ଆଉ କେବେ କେବେ ଶ୍ରୀଜିଉଙ୍କ ଘୋଷଯାତ୍ରା ବନ୍ଦ ହୋଇଛି…

-୧୫୬୮ ମସିହାରେ ଶ୍ରୀମନ୍ଦିର ଉପରେ ବଙ୍ଗର ରାଜା ସୁଲେମାନ କିରାନୀଙ୍କ ସେନାପତି କଳାପାହାଡ଼ର ଆକ୍ରମଣ ପରେ ୧୫୬୮ରୁ ୧୫୭୭ ନଅ ବର୍ଷ ଯାଏଁ ରଥଯାତ୍ରା ବନ୍ଦ ହୋଇଥିଲା।

-୧୬୦୧ ମସିହାରେ ବଙ୍ଗର ନଓ୍ଵାବଙ୍କ କମାଣ୍ଡର ମିର୍ଜା ଖୁରୁମ୍‌ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ମନ୍ଦିରର ସେବାୟତମାନେ ୧୩-୧୪ କିମି ଦୂରରେ ଥିବା କପିଳେଶ୍ୱରରେ ପଞ୍ଚମୁଖୀ ଗୋସାଣୀ ମନ୍ଦିରରେ ମୂର୍ତ୍ତିକୁ ଲୁଚାଇ ରଖିଥିଲେ। ମୂର୍ତ୍ତି ସ୍ଥାନାନ୍ତର କାରଣରୁ ସେହି ବର୍ଷ ରଥଯାତ୍ରା ସମ୍ଭବ ହୋଇପାରିନଥିଲା।

-୧୬୦୭ରେ ଓଡ଼ିଶାର ମୋଗଲ ସୁବେଦାର କାସିମ୍‌ ଖାନ୍‌ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେତେବେଳେ ଚତୁର୍ଦ୍ଧା ମୂର୍ତ୍ତିକୁ ଲୁଚାଇ ଖୋର୍ଦ୍ଧା ଅଣାଯାଇ ଗୋପାଳଜୀଉ ମନ୍ଦିରରେ ରଖାଯାଇଥିଲା। ଫଳରେ ରଥଯାତ୍ରା ଆୟୋଜିତ ହୋଇପାରିନଥିଲା।

Photograhs of Jagannath Temple, Puri in Orissa - 1890's - Old ...

-୧୬୧୧ରେ ଆକବରଙ୍କ ସେନାପତି କଲ୍ୟାଣ ମଲ୍ଲ ଓଡ଼ିଶା ଉପରେ ଆକ୍ରମଣ କରିବାରୁ ମହାପ୍ରଭୁଙ୍କୁ ଚିଲିକା ସ୍ଥିତ ଗୁରୁବାଇଗଡ଼ରେ ଲୁଚାଇ ରଖାଯାଇଥିଲା। ଫଳରେ ରଥଯାତ୍ରା ହୋଇପାରିନଥିଲା।

-୧୬୧୭ରେ କଲ୍ୟାଣ ମଲ୍ଲ ଦ୍ୱିତୀୟ ଥର ପାଇଁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଫଳରେ ରଥଯାତ୍ରା ବନ୍ଦ ହୋଇଥିଲା।

jagannath

-୧୬୨୧ରେ ମୁସଲମାନ ସୁବେଦାର ଅହମ୍ମଦ ବେଗ୍‌ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏହି ସମୟରେ ତିନି ଦିଅଁଙ୍କୁ ବାଣପୁରର ଅନ୍ଧାରିଗଡ଼ ସ୍ଥାନାନ୍ତର କରାଯାଇଥିଲା। ପରେ ମୂର୍ତ୍ତିର ବ୍ରହ୍ମକୁ ଖୋର୍ଦ୍ଧା ଜିଲ୍ଲାର ଗଡ଼ମନିତ୍ରୀ ଗାଁକୁ ନିଆଯାଇଥିଲା। ଏଣୁ ୧୬୨୧ ଓ ୧୬୨୨ ଦୁଇ ବର୍ଷ ରଥଯାତ୍ରା ହୋଇପାରିନଥିଲା।

-୧୬୯୨ରେ ଓଡ଼ିଶା ଉପରେ ମୋଗଲ କମାଣ୍ଡର ଇକ୍ରମ୍‌ ଖାନ୍‌ ଆକ୍ରମଣ କରିଥିଲେ। ଏହି ସମୟରେ ଚତୁର୍ଦ୍ଧା ମୂର୍ତ୍ତିକୁ ଖୋର୍ଦ୍ଧାର ବିମଳା ମନ୍ଦିର ପଛପଟେ ଏକ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ମୂର୍ତ୍ତିକୁ ଚିଲିକା ନିକଟସ୍ଥ ଗଡ଼କୋକଲା ଗାଁ ଓ ପରେ ବାଣପୁରର ବଡ଼ହଣ୍ଟୁଆଡ଼ା ଗାଁକୁ ଅଣାଯାଇଥିଲା। ସେଠାରେ ମହାପ୍ରଭୁ ୧୭୦୭ ମସିହା ଯାଏଁ ରହିଥିଲେ। ଫଳରେ ପୁରୀରେ ରଥଯାତ୍ରା ଆୟୋଜିତ ହୋଇନଥିଲା।

Rath Yatra Puri (With images) | Rath yatra, Digital art fantasy ...

-୧୭୩୧ ମସିହାରେ ମହମ୍ମଦ ତକି ଖାନ୍‌ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେହି ବର୍ଷ ମଧ୍ୟ ଠାକୁରଙ୍କୁ ଚିଲିକାରେ ଲୁଚାଯାଇଥିଲା। ଫଳରେ ରଥଯାତ୍ରା ବନ୍ଦ ହୋଇଥିଲା।

-୧୭୩୩ରେ ତାକି ଖାନ୍‌ ଦ୍ୱିତୀୟ ଥର ପାଇଁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେତେବେଳେ ଗଞ୍ଜାମର ପୋଲସରାର ହାତୀବାରୀ ପାହାଡ଼ରେ ଠାକୁରଙ୍କୁ ଲୁଚାଇ ରଖାଯାଇଥିଲା। ପରିଣାମ ସ୍ୱରୂପ ୧୭୩୩ରୁ ୧୭୩୫ ଯାଏଁ ତିନି ବର୍ଷ ପର୍ଯ୍ୟନ୍ତ ରଥଯାତ୍ରା ଆୟୋଜିତ ହୋଇନଥିଲା।

Rs 1.78 Crore Swiss Gift to Puri Temple - VINA - Vaishnava ...

ତେବେ ଚଳିତ ବର୍ଷ ମଧ୍ୟ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଛି। ଏଥରକ ଯଦି ରଥଯାତ୍ରା ବନ୍ଦ ହୁଏ ତେବେ ୨୮୪ ବର୍ଷ ପରେ ପୁଣିଥରେ ବଡ଼ ଦାଣ୍ଡରେ ରଥ ଗଡ଼ିବ ନାହିଁ। ଅନ୍ୟପଟେ ୨୦୨୦ରେ ରଥଯାତ୍ରା ହେବନି ବୋଲି ମାଳିକାରେ ମଧ୍ୟ କୁହାଯାଇଥିଲା ବୋଲି ଶାସ୍ତ୍ରବିତ୍‌ମାନେ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.