Below header

ଝରାଫୁଲ ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ

ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟା ମାମଲାରେ ଅନ୍ୟତମ ଅଭିଯୁକ୍ତ ଶକ୍ତି ଶେଖର ସ୍ୱାଇଁ ଗିରଫ। ଘଟଣାରେ ପରଠାରୁ ଫେରାର ଥିଲା ଶକ୍ତି ଶେଖର। ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବା ନେଇ ଯାଜପୁର ଏସ୍‌ପି ରାହୁଲ ପିଆର ସୂଚନା ଦେଇଛନ୍ତି। ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶର ମୁଖ୍ୟ ସହଯୋଗୀ ଥିଲା ଶକ୍ତି ଶେଖର।

ପୂର୍ବରୁ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଅମରେଶ ରାଉତକୁ ଗିରଫ କରାଯାଇଥିଲା। ଝରାଫୁଲ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ପାଇଁ ହୋଟେଲ୍‌ ବୁକ୍‌ କରାଇବା ବ୍ୟବସ୍ଥା କରିଥିଲା ଅମରେଶ । ଗତ ଜାନୁଆରି ୨୬ ତାରିଖରେ ଭୁବନେଶ୍ୱରର ଏକ ହୋଟେଲରେ ଝରାଫୁଲର ମୃତ୍ୟୁ ହୋଇଥିଲା । ଏହାର ପରଦିନ ଝରାପୁଲଙ୍କ ମୃତଦେହକୁ ରାକେଶ ଓ ଅମରେଶ ଏକ ସ୍କୁଟିରେ ନେଇ ଯାଜପୁର କୁଆଖିଆ ଅଞ୍ଚଳରେ ଫୋପାଡି ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.