ଅପେକ୍ଷାର ହେଲା ଅନ୍ତ, ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର୍ ରିଲିଜ୍‌

ସଲମାନ୍ ଖାନ୍ ନିଜ ଫ୍ୟାନ୍ସଙ୍କୁ ଇଦ୍ ଟ୍ରିଟ୍ ଦେଇଛନ୍ତି। ରିଲିଜ୍ ହୋଇଛିଭାଇଜାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ୍ ଭାଇ’ର ଟ୍ରେଲର। ସୋସିଆଲ ମିଡିଆରେ ସଲମାନଙ୍କ ଫ୍ୟାନ୍ସ ବହୁତ ଏକ୍ସାଇଟେଡ ଅଛନ୍ତି ଏହି ଫିଲ୍ମକୁ ନେଇ। ଟ୍ଵିଟର ଏବଂ ଇନଷ୍ଟାରେ ରାଧେ ହ୍ୟାସଟ୍ୟାଗ ଟ୍ରେଣ୍ଡ କରୁଛି। ଟ୍ରେଲର ଦେଖି ଦର୍ଶକଙ୍କ ରିଆକସନ୍ ସାମ୍ନାକୁ ମଧ୍ୟ ଆସିଲାଣି।

ଟ୍ରେଲର ଦେଖି ଫ୍ୟାନ୍ସ କହୁଛନ୍ତି ଫିଲ୍ମ ଫୁଲ ଅନ୍ ମସାଲା ହୋଇଛି। ଟ୍ରେଲର ଦେଖି ମଜା ଆସିଗଲା। ସେହିଭଳି ଆଉ କିଏ କହୁଛି ଦିଶା ପଟାନୀ ଏବଂ ଜ୍ୟାକି ଶ୍ରଫଙ୍କର ସମ୍ପର୍କ ବହୁତ ମଜାଦାର ଏଥିରେ। ସଲମାନ ଇଦ୍ ଅବସରରେ ତାଙ୍କ ଫ୍ୟାନ୍ସମାନଙ୍କୁ ଉପହାର ଦେବେ । ଚଳିତ ବର୍ଷ ଇଦ୍‌ରେ ଫିଲ୍ମ ‘ରାଧେ’ ରିଲିଜ୍ ହେବ ବୋଲି ସେ ଘୋଷଣା କରିଛନ୍ତି ।

ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା । ଏଥିରେ ସଲମାନ ଖାନଙ୍କ ସହ ଅଭିନେତ୍ରୀ ଦିଶା ପାଟନି ଅଭିନୟ କରିଛନ୍ତି । ଏଥିସହିତ ଜ୍ୟାକି ଶ୍ରଫ୍ ଏବଂ ରଣଦୀପ ହୁଡା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । କରୋନା କାରଣରୁ ଅଧିକାଂଶ ସ୍ଥାନରେ ସିନେମା ହଲ୍ ବନ୍ଦ । ଏଭଳି ପରିସ୍ଥିତିରେ ସଲମାନ ଖାନ କହିଛନ୍ତି ଯେ ଚଳିତ ବର୍ଷ ମେ ମାସରେ ଇଦ୍ ଅବସରରେ ଏହି ଫିଲ୍ମ ରିଲିଜ୍ ହେବ । ଫିଲ୍ମ ‘ରାଧେ’କୁ ସିନେମାହଲ ସହିତ ଓଟିଟି ପ୍ଲାଟଫର୍ମରେ ମଧ୍ୟ ରିଲିଜ୍ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.