ସଂପର୍କୀୟ ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କଠାରୁ ଟଙ୍କା ଲୁଟି ନେଲା ଲୁଟେରା

ସୋର:  ଅଭିନବ ଉପାୟରେ ଲୁଟ୍‌ । ବୃଦ୍ଧ ଦମ୍ପତିଙ୍କଠାରୁ ୩୦ହଜାର ଟଙ୍କା ଲୁଟିଲେ ଦୁର୍ବୃତ୍ତ । ସିସିଟିଭି କ୍ୟାମେରାରେ ଭିଜୁଆଲ୍‌ କଏଦ୍‌ ହୋଇଛି। ନିଜର ସଂପର୍କୀୟ ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କଠାରୁ ଟଙ୍କା ଲୁଟି ନେଲେ ଲୁଟେରା। ସୋର ବ୍ଲକ ପାଖର ପଞ୍ଚାୟତର ମୁକ୍ତିକାନ୍ତ ଜେନା ଓ ତାଙ୍କ ସ୍ତ୍ରୀ ସଞ୍ଜୁଲତା ଜେନା ସୋର ଗ୍ରାମ୍ୟ ବ୍ୟାଙ୍କରୁ ୩୦ ହଜାର ଟଙ୍କା ନେଇ ବ୍ୟାଙ୍କ ତଳକୁ ଆସୁଥିଲେ। ତଳେ ଲୁଚି ରହିଥିବା ଲୁଟେରା ଏକ ମୋଟର ସାଇକେଲ୍‌ରେ ତାଙ୍କ ପାଖରେ ଆସି ପହଞ୍ଚିଥିଲେ।

ସଂପର୍କୀୟ ବୋଲି ପରିଚୟ ଦେଇ ବୃଦ୍ଧ ଦମ୍ପତିଙ୍କ ପାଦ ଧୂଳି ନେଇଥିଲେ। ବୃଦ୍ଧ ଦମ୍ପତି ରାଜି ନହେଲେ ମଧ୍ୟ ତାଙ୍କୁ ବାଧ୍ୟ କରାଇ ମୋଟର ସାଇକେଲ୍‌ରେ ବସାଇଥିଲେ। ଲୁଟେରା ଟଙ୍କା ବ୍ୟାଗ୍‌ଟିକୁ ଗାଡ଼ି ହ୍ୟାଣ୍ଡେଲରେ ଟାଙ୍ଗିଥିଲେ। ପରେ ଲୁଟେରା ବୃଦ୍ଧ ଦମ୍ପତିକୁ କିଛି ବାଟ ଗଲା ପରେ ରାଇପୁରଠାରେ ଓହ୍ଲାଇ ଦେଇ ବ୍ୟାଗ୍‌ ଧରି ଚମ୍ପଟ୍‌ ମାରିଥିଲେ। ଏହି ଘଟଣାର ଭିଡିଓ ସିସି କ୍ୟାମେରାରେ କଏଦ୍‌ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.