Below header

ବଦଳିଲା ପାଣିପାଗ ମିଜାଜ୍ : ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବଦଳିଲା ପାଣିପାଗ ମିଜାଜ। ସକାଳୁ ପାଗରେ ହଠାତ ପରିବର୍ତ୍ତନ ହୋଇଛି। ଆଗାମୀ ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଟ୍ରଫ୍‌ଲାଇନ ପ୍ରଭାବରେ ଉତ୍ତର ଉପକୂଳ ଓଡିଶାରେ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

ପ୍ରାୟ ଅଧିକାଂଶ ଅଞ୍ଚଳରେ ଆକାଶ ମେଘୁଆ ରହିଛି। ସେଭଳି ଟ୍ଵିନ ସିଟିରେ ଆଗାମୀ ଦୁଇଘଣ୍ଟା ମଧ୍ୟରେ ବିଜୁଳି ସହ ବର୍ଷା ଓ କାଳବୈଶାଖୀର ଚେତାବନୀ ଦିଆଯାଇଛି। ସୁନ୍ଦରଗଡ଼ା, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି।

ବହୁ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ହେବାର ଆଶଙ୍କା ରହିଛି। ସେପଟେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପୀଠଗୋଳା ଗାଁରେ ଆଜି ସକାଳୁ କାଳବୈଶାଖୀ ପ୍ରଭାବରେ ବହୁ ଗଛ ଉପୁଡ଼ି ପଡ଼ିଛି। ଗଛ ଉପୁଡ଼ି କେତେକ ଗାଡ଼ି ଭାଙ୍ଗିଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.