ଆଜିଠାରୁ ଝାଡ଼ଖଣ୍ଡ ରାଜ୍ୟରେ ଆରମ୍ଭ ହୋଇଛି ଲକ୍ ଡାଉନ୍, ଏପଟେ ଆତଙ୍କିତ ଅବସ୍ଥାରେ ମୟୁରଭଞ୍ଜ ବାସୀ

କରଞ୍ଜିଆ: ଆଜିଠାରୁ ଝାଡ଼ଖଣ୍ଡ ରାଜ୍ୟରେ ଆରମ୍ଭ ହୋଇଛି ଲକ୍ ଡାଉନ୍ । ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ ଘୋଷଣା କରିଛନ୍ତି ଝାଡ଼ଖଣ୍ଡ ସରକାର । ଅତି ଆବଶ୍ୟକତା ସାମଗ୍ରୀ ଛାଡିଦେଲେ ସବୁ ଦୋକାନ ବନ୍ଦ ରହିଛି । ଅନ୍ୟପଟେ ଝାରଖଣ୍ଡ ଓ ଓଡ଼ିଆ ବର୍ଡର ସିଲ୍ ହୋଇନାହିଁ, କିମ୍ବା ଚେକିଂ ହେଉନାହିଁ । ଯାହାଫଳରେ ମୟୁରଭଞ୍ଜ ଜିଲ୍ଲାର ସୀମାରେ ଥିବା ରରୁଆଁ ବ୍ଲକର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଓଡିଶାରେ କରୋନା ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକର ବେନିଶାଗର ଛକ ନିକଟରେ ଝାଡ଼ଖଣ୍ଡ ରାଜ୍ୟରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ଯିବା ଆସିବା କରୁଛନ୍ତି । ଏଥି ସହିତ ସେହି ରାସ୍ତା ଦେଇ ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଅନାୟାସରେ ଯିବା ଆସିବା କରୁଛନ୍ତି ।

ଏଠାରେ କୌଣସି କଟକଣା ନ ଥିବାରୁ ପ୍ରେତ୍ୟକ ଦିନ ଶହ ଶହ ପ୍ରବାସୀ ବର୍ତ୍ତମାନ ଏଇ ରାସ୍ତା ଦେଇ ଘର ବାହୁଡା ହେଉଛନ୍ତି । ଯାହାଫଳରେ ମୟୁରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଆତଙ୍କିତ ଅବସ୍ଥାରେ ଅଛନ୍ତି ମୟୁରଭଞ୍ଜ ବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.