Below header

IPL 2021: ଚେନ୍ନାଇଠାରୁ ହାରିବା ପରେ କେକେଆର୍‌ କ୍ୟାପଟେନ ଇୟୋନ ମୋର୍ଗନଙ୍କୁ ଲାଗିଲା ଜରିମାନା, ଦେବାକୁ ପଡ଼ିଲା ଏତେ ରକମ

ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ କୋଲକାତା ନାଇଟ୍‌ ରାଇଡର୍ସ(KKR) କ୍ୟାପଟେନ ଇୟୋନ ମୋର୍ଗନଙ୍କ ଉପରେ ଜରିମାନା ଲଗାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ(CSK) ବିପକ୍ଷ ମ୍ୟାଚ୍‌ରେ ସ୍ଲୋ ଓଭର ରେଟ୍‌ ରଖିବା ପାଇଁ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି।

ଆଇପିଏଲ୍‌ ପକ୍ଷରୁ କୁହାଯାଇଛି, ୨୧ ଏପ୍ରିଲରେ ଓ୍ଵାଖେଁଡେ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିଲା। ଏହି ସମୟରେ କୋଲକାତା କ୍ୟାପଟେନ ଇୟୋନ ମୋର୍ଗନଙ୍କ ଉପରେ ଧିମା ଓଭର ଗତି ପାଇଁ ଜରିମାନା ଲାଗିଛି।

ଆଇପିଏଲ୍‌ ନିଜ ବୟାନରେ କହିଛି କି, ଟିମ୍‌ର ଆଇପିଏଲ୍‌ ଆଚାର ସଂହିତା ଅଧୀନରେ ଏହା ଚଳିତ ସିଜନର ଧିମା ଓଭର ଗତି ସହ ଜଡ଼ିତ ପ୍ରଥମ ମାମଲା। ଏଥିପାଇଁ ମୋର୍ଗନଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି। ଆଇପିଏଲ୍‌ ନିୟମ ଅନୁସାରେ, ପ୍ରଥମ ମାମଲାରେ ଟିମ୍‌ର କ୍ୟାପଟେନ ଉପରେ ହିଁ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଥାଏ।

KKRକୁ ହରାଇଲା CSK

CSK ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଅପରାଜିତ ୯୫ ରନ୍‌ ଓ ଦୀପକ ଚାହରଙ୍କ ୪ ଓ୍ଵିକେଟ୍‌ ସହାୟତାରେ ବୁଧବାର ରାତିରେ KKRକୁ ୧୮ ରନ୍‌ରେ ପରାସ୍ତ କରିଥିଲା। ଏହି ବଡ଼ ସ୍କୋରର ମ୍ୟାଚ୍‌ରେ CSK ୩ଟି ଓ୍ଵିକେଟ ହରାଇ ୨୨୦ ରନ୍‌ କରିଥିଲା ଏବଂ ଏହାର ଜବାବରେ KKR ୨୦୨ ରନ୍‌ରେ ହିଁ ଆଉଟ୍‌ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.