ଜୟପୁର ସହରର ପାରବେଡା ନିକଟସ୍ଥ ବସ୍ତିରେ କରୋନା ପାଇଁ ପୂଜାର୍ଚ୍ଚନା, ମେଣ୍ଢା ଓ କୁକୁଡ଼ା ବଳି ଦେଇ ମା’ଙ୍କୁ ଭୋଗ ଅର୍ପଣ କଲେ ଗ୍ରାମବାସୀ

ଜୟପୁର: ମାହାମାରୀ କରୋନାର ଲେଉଟାଣିରେ ଅସ୍ତବ୍ୟସ୍ତ ଜନଜୀବନ। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାବେଳେ, ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଗୋଟିଏ ପରେ ଗୋଟିଏ ବିଜ୍ଞପ୍ତି ସାଙ୍ଗକୁ ସଚେତନତା ଜାରି ରହିଛି। ଏହାରି ଭିତରେ ଦେଖିବାକୁ ମିଳିଛି କରୋନା ଦାଉରୁ ରକ୍ଷା ପାଇବା ପାଇଁ ଆଦିବାସୀଙ୍କ ନିଆରା ମାନସିକ।

ଜୟପୁର ସହରର ପାରବେଡା ନିକଟସ୍ଥ ବସ୍ତିରେ କରୋନା ଦାଉରୁ ରକ୍ଷା ପାଇବା ପାଇଁ ହୁଣ୍ଡି ମାଙ୍କ ନିକଟରେ ପୂଜାର୍ଚ୍ଚନା ସହ ମେଣ୍ଢା ଓ କୁକୁଡ଼ା ବଳି ଦେଇ ପୂଜାର୍ଚ୍ଚନା କରାଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ବଳି ଦିଆଯାଇଥିବା ମେଣ୍ଢା ଓ ଭାତକୁ ରୋଷେଇ କରି ହୁଣ୍ଡି ମାଙ୍କ ନିକଟରେ ଭୋଗ ଲଗାଯାଇଥିଲା । ଏହାପରେ ସମସ୍ତଙ୍କୁ ଘର ଘର ବୁଲି ସେହି ଭୋଗକୁ ବଣ୍ଟନ କରାଯାଇଥିଲା।