Below header

ଶ୍ରୀକ୍ଷେତ୍ରରେ ପଡ଼ିଲା ରକ୍ତର ଛିଟା: ଜଣେ ବାବାଙ୍କ ଆକ୍ରମଣରେ ଅନ୍ୟ ଜଣେ ବାବା ମୃତ

ପୁରୀରେ ପୁଣି ଏକ ହତ୍ୟାକାଣ୍ଡ ନେଇ ଖବର ସାମନାକୁ ଆସିଛି । ଜଣେ ବାବାଙ୍କ ଆକ୍ରମଣରେ ଅନ୍ୟ ଜଣେ ବାବାଙ୍କ ମୃତ୍ୟୁ ହୋଇଛି । ପୁରୀ ବାସେଳି ସାହି ଥାନା ଗୁରୁକୃପା ମଠରେ ହତ୍ୟାକାଣ୍ଡ ।

ପୁରୀ (କେନ୍ୟୁଜ): ପୁରୀରେ ପୁଣି ଏକ ହତ୍ୟାକାଣ୍ଡ । ଜଣେ ବାବାଙ୍କ ଆକ୍ରମଣରେ ଅନ୍ୟ ଜଣେ ବାବାଙ୍କ ମୃତ୍ୟୁ ହୋଇଛି । ପୁରୀ ବାସେଳି ସାହି ଥାନା ଗୁରୁକୃପା ମଠରେ ହତ୍ୟାକାଣ୍ଡ । ବାସେଳିସାହି ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ସୂଚନା ମୁତାବକ ବାବା ମାନଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଥିଲା ।

ଖବର ଅନୁଯାୟୀ ଗତି କିଛି ଦିନ ଧରି କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା । କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା । ପୁରୀ ବାସେଳିସାହି ଥାନା ଗୁରୁକୃପା ଆଶ୍ରମରେ ଏହି ହତ୍ୟାକାଣ୍ଡ ଘଟିଛି । କାଠ ଫାଳିଆରେ ବିଷ୍ଣୁ ବାବା ଆକ୍ରମଣ କରି ଅର୍ଜୁନ ଦାସଙ୍କୁ ହତ୍ୟା କରିଥିଲେ । ସେହିପରି ଅନ୍ୟ ଜଣେ ବାବାଙ୍କୁ ଗୁରୁତର ଆକ୍ରମଣ କରିଥିଲେ । ଗୁରୁତର ଆହତ ବାବା ହେଉଛନ୍ତି ଦୟାନିଧି ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ୱର ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.