ପୋଲିସ ଭୟରେ ନଦୀକୁ ଡେଇଁଲେ ୨ ଯୁବକ, ଜଣେ ନିଖୋଜ

ପୋଲିସ ଭୟରେ ନଦୀକୁ ଡେଇଁଲେ ଯୁବକ। ଯାଜପୁର ସଦର ଥାନା ନିକଟସ୍ଥ ବୁଢା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନଦୀକୁ ଦୁଇଜଣ ଡେଇଁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି ନଦୀ କୂଳରେ ଲାଗିଥିଲେ ।

ଯାଜପୁର (କେନ୍ୟୁଜ): ପୋଲିସ ଭୟରେ ନଦୀକୁ ଡେଇଁଲେ ଯୁବକ। ଯାଜପୁର ସଦର ଥାନା ନିକଟସ୍ଥ ବୁଢା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନଦୀକୁ ଦୁଇଜଣ ଡେଇଁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି ନଦୀ କୂଳରେ ଲାଗିଥିଲେ ।

ସୂଚନା ଅନୁଯାୟୀ ୫ ଜଣ ଯୁବକ ଏହି ସ୍ଥାନରେ ଥିବା ପୋଲ ନିକଟରେ ବସି ନିଶା ସେବନ କରୁଥିଲେ । ଏହି ସମୟରେ ପୋଲିସର ପାଟ୍ରୋଲିଙ୍ଗ ଗାଡି ସେହି ରାସ୍ତା ଦେଇ ଗଲାବେଳେ ୨ ଜଣ ଯୁବକଙ୍କୁ ଡାକି ପୋଲିସ ପଳାଇଥିଲା। କିନ୍ତୁ ପୋଲିସ ଭୟରେ ଦୁଇ ଜଣ ନଦୀକୁ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ଯୁବକଙ୍କ କୌଣସି ପତ୍ତା ମିଳିନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.