ଜମିବାଡ଼ି ବିବାଦକୁ ନେଇ ଗଡିଲା ମୁଣ୍ଡ, ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ

ପାରିବାରିକ କଳହର କରୁଣ ପରିଣତି। ଜମି ପାଇଁ ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବାସୁଦେବପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

ବ୍ରହ୍ମପୁର (କେନ୍ୟୁଜ): ପାରିବାରିକ କଳହର କରୁଣ ପରିଣତି। ଜମି ପାଇଁ ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବାସୁଦେବପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

ଗତକାଲି ରାତିରେ ଜମିବାଡ଼ି କାରଣକୁ ନେଇ ବଡ଼ ବାପା ପୁଅ ଓ ଦାଦା ପୁଅ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ ବାପା ପୁଅ ଭାଇ ଦାଦା ପୁଅ କୁଲୁ ପ୍ରଧାନଙ୍କ ମୁଣ୍ଡକୁ ଶାବଳରେ ପିଟି ଦେଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ତ ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.