ଚୀନ୍ରେ ଟାଇଫୁନ୍ର ତାଣ୍ଡବ: ଭୟଙ୍କର ପବନରେ ଉଡ଼ାଇଲା ଓ ଭାଙ୍ଗିଲା, ଜଳଘେରରେ ସହର
ଚୀନ୍ରେ ଟାଇଫୁନ୍ର ତାଣ୍ଡବ । ଲାଣ୍ଡଫଲ୍ ପରେ କରାଳ ରୂପ ଦେଖାଇଥିଲା । ସବୁ କିଛି ମୋଡ଼ି ମକଚି ଦେଲା ଡୋକସୁରୀ । ବହୁ ବଡ଼ବଡ଼ ଗଛକୁ ଉପାଡ଼ି ଫୋପାଡି ଦେଲା । ଷ୍ଟାଡିୟମର ଛାତ ଉଡ଼ାଇ ନେଇଛି । ଭାଙ୍ଗି ଦେଇଛି ବିଜୁଳି ଖୁଣ୍ଟ।

ନୂଆଦିଲ୍ଲୀ : ଚୀନ୍ରେ ତାଣ୍ଡବ ରଚିଛି ଟାଇଫୁନ୍ । ଲାଣ୍ଡଫଲ୍ ପରେ କରାଳ ରୂପ ଦେଖାଇଥିଲା ଡୋକସୁରୀ । ସାଙ୍ଗରେ ଆଣିଥିଲା ମହାପ୍ରଳୟ । ବହିଥିଲା ଭୟଙ୍କର ପବନ । ସାମନାରେ ଯାହା ପାଇଲା ଉଡ଼ାଇଲା ଓ ଭାଙ୍ଗିଲା । ଗତକାଲି ଫୁଜିଆନ୍ ପ୍ରଦେଶର ଜିନଜିଆଙ୍ଗରେ ଲାଣ୍ଡଫଲ୍ କରିଥିଲା ଶକ୍ତିଶାଳୀ ଟାଇଫୁନ୍ । ଘଣ୍ଟାପ୍ରତି ବହିଥିଲା ୧୭୫ କିଲୋମିଟର ବେଗରେ ପବନ । ସବୁ କିଛି ମୋଡ଼ି ମକଚି ଦେଲା ଡୋକସୁରୀ । ବହୁ ବଡ଼ବଡ଼ ଗଛକୁ ଉପାଡ଼ି ଫୋପାଡି ଦେଲା । ଉଡ଼ାଇ ନେଲା ଷ୍ଟାଡିୟମର ଛାତ । ଭାଙ୍ଗି ଦେଇଛି ବିଜୁଳି ଖୁଣ୍ଟ ।
ଚୀନ୍ ଇତିହାସରେ ଦ୍ୱିତୀୟ ଶକ୍ତିଶାଳୀ ଟାଇଫୁନ୍ ଡୋକସୁରୀ । ଏହାର ପ୍ରଭାବରେ ଫୁଜିଆନ୍ ପ୍ରଦେଶର ପୁତିଆନରେ ରେକର୍ଡ ବର୍ଷା ହୋଇଛି । ଗୋଟିଏ ଘଣ୍ଟାରେ ହୋଇଥିଲା ୧୩୫ ମିଲିମିଟର ବର୍ଷା । ସେହିପରି ୧୨ ଘଣ୍ଟାରେ ୩୬୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ମୂଷଳଧାରାରେ ବର୍ଷାରେ ଫୁଜିଆନର ବିଭିନ୍ନ ଅଞ୍ଚଳ ଜଳପ୍ରଳୟ । ରାସ୍ତାଘାଟ ଚାରିଆଡ଼େ ଖାଲି ପାଣି ଆଉ ପାଣି । ଭାସୁଛି କାର୍ । ଜଳଘେରରେ ସହର, ମାର୍କେଟ ଓ ଘରଦ୍ୱାର ରହିଛି । ତାଇୱାନ୍ ଓ ଫିଲାଫାଇନ୍ସରେ ତାଣ୍ଡବ ରଚିବା ପରେ ଚୀନ୍ର ଦକ୍ଷିଣ ଉପକୂଳ ମୁହାଁ ହୋଇଥିଲା ଡୋକସୁରୀ ।