Below header

ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା: କୋର୍ଟର ସମୟ ନଷ୍ଟ କରୁଥିବାରୁ ଉଭୟ ଗଣିବେ ୫ ହଜାର ଟଙ୍କା ତଣ୍ଡ

କଟକ(କେନ୍ୟୁଜ୍): ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାର କଟକ ପରିବାର ଅଦାଲତରେ ଶୁଣାଣି କରି କୋର୍ଟ ଉଭୟଙ୍କ ଆବେଦନକୁ ଗ୍ରହଣ କରିବା ସହ ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ତଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୪ ତାରିଖ ସୁଦ୍ଧା ଏହି ତଣ୍ଡ କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ କାର୍ଯ୍ୟରେ ଉଭୟ ଅଦାଲତଙ୍କ ସମୟ ନଷ୍ଟ କରିଥିବାରୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ପରିବାର ଅଦାଲତ। ଆସନ୍ତା ୧୪ ତାରିଖରେ ପରିବାର ଅଦାଲତରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ସେଦିନ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବାର ଅଦାଲତ। ସେହିପରି ବର୍ଷା ପ୍ରିୟଦର୍ଶିନୀ ମାମଲାରେ ତାଙ୍କୁ ଜେରା କରିବା ପାଇଁ କରିଥିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି।

ଅନୁଭବ ମଧ୍ୟ କୋର୍ଟରେ ବିବାହର ସ୍ଥାନ ନେଇ ସଂଶୋଧନ କରିବାକୁ ଏକ ଆବେଦନ ଦାଖଲ କରିଛନ୍ତି। ପରିବାର ଅଦାଲତରେ ଦାଖଲ କରିଥିବା ଛାଡପତ୍ର ପିଟିସନରେ ଅନୁଭବ ବିବାହର ସ୍ଥାନ ସମ୍ପର୍କରେ ଭୁଲ ତଥ୍ୟ ଦେଇଥିଲେ। ଏଥିରେ ଥିବା ତ୍ରୁଟିର ସଂଶୋଧନ ପାଇଁ ଅନୁଭବ କୋର୍ଟରେ ଆବେଦନ କରିଛନ୍ତି। ଉଭୟଙ୍କ ଆବେଦନ କୁ କୋର୍ଟ ଗ୍ରହଣ କରିଛନ୍ତି। ଏହା ସହ କୋର୍ଟଙ୍କ ସମୟ କେହି ନଷ୍ଟ ନ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ପରିବାର ଅଦାଲତ। ପରବର୍ତ୍ତୀ ତାରିଖ ଗୁଡିକରେ ଉଭୟ କୋର୍ଟଙ୍କ ଆବଶ୍ୟକ ଅନୁଯାୟୀ ଉପସ୍ଥିତ ହେବା ସହ କୌଣସି ବାହାନା ନ ଦେଖାଇ ତାରିଖ ପରେ ତାରିଖ ନ ଗଡାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବାର ଅଦାଲତ। ପରବର୍ତ୍ତୀ ସମୟରେ ଅଦାଲତଙ୍କୁ କେହି ମିଛ ତଥ୍ୟ ନ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କଟକ ପରିବାର ଅଦାଲତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.