ବାପା ମାଆ ଅସୁସ୍ଥ ଥିବା ବେଳେ ମାନବିକ ଅଧିକାର କର୍ମୀ ଆମକୁ ଧୋକା ଦେଇଛନ୍ତି: ଅନୁଭବ

କେନ୍ୟୁଜ୍(ବ୍ୟୁରୋ):  ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି ବିବାଦ ପ୍ରସଙ୍ଗରେ ଅନୁଭବଙ୍କ ନୂଆ ଟ୍ଵିଟ୍‌ । ମାନବିକ ଅଧିକାର କର୍ମୀଙ୍କ ଉପରେ ବର୍ଷିଛନ୍ତି ଅନୁଭବ ମହାନ୍ତି । ତାଙ୍କ ବାପା ମାଆ ଅସୁସ୍ଥ ଥିବା ବେଳେ ମାନବିକ ଅଧିକାର କର୍ମୀ ତାଙ୍କୁ ଧୋକା ଦେଇଛନ୍ତି ବୋଲି ଅନୁଭବ କହିଛନ୍ତି । ଅନୁଭବ କହିଛନ୍ତି, ସେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ଗଣମାଧ୍ୟମ ସାମ୍ନାରେ କିଛି ନକରିବାକୁ ସେମାନେ ତାଙ୍କୁ କହିଥିଲେ ଏବଂ ସେମାନେ ମଧ୍ୟ ଗଣମାଧ୍ୟମକୁ କିଛି କହିବେ ନାହିଁ ବୋଲି କହିଥିଲେ। କିନ୍ତୁ ସେମାନେ ମିଛ କହିଥିଲେ ବୋଲି ଅନୁଭବ ଟ୍ଵିଟ୍‌ କରିଛନ୍ତି । ଗୀତାଶ୍ରୀ ଦାସ ମାଡାମ୍‌ କରିଥିବା କିଛି ମିଥ୍ୟା ଅଭିଯୋଗର ପ୍ରମାଣ ସେୟାର କରୁଛି ବୋଲି ଅନୁଭବ କହିଛନ୍ତି । ମୋତେ ଓ ମୋ ବାପା ମାଆଙ୍କୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ତାଙ୍କୁ ଗ୍ରହଣ କରି ହେବନି ବୋଲି ମୁଁ ଓ ମୋ ମା ସ୍ପଷ୍ଟ କରିଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.