Below header

ଘରେ ଲାଗିଯାଇଥିଲା ଭୟଙ୍କର ନିଆଁ କିନ୍ତୁ ପୋଷା କୁକୁର ପାଇଁ ବଞ୍ଚିଗଲା ଜୀବନ

ଆମେରିକାର ଆଲାବାମାରେ ରହୁଥିବା ଏକ ପରିବାର ନିଜର ପୋଷା କୁକୁର ପାଇଁ ମୃତ୍ୟୁମୁଖରୁ ଫେରି ଆସିଛନ୍ତି । ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ କୁକୁରଟି କ୍ରମାଗତ ଭାବରେ ଭୁକିବା ସହ ପରିବାରକୁ ନିଦରୁ ଉଠାଇ ଦେଇଥିଲା । ତେବେ ପରିବାରର ସଦସ୍ୟମାନେ ଉଠିବା ପରେ ଦେଖିଥିଲେ ଯେ ସମ୍ପୂର୍ଣ୍ଣ ଘରେ ନିଆଁ ଲାଗିଯାଇଛି। ଏହା ପରେ ପରିବାର ଶୀଘ୍ର ଘର ଭିତରୁ ବାହାରକୁ ପଳାଇ ଯାଇଥିଲେ ଏବଂ ସେମାନଙ୍କ ଜୀବନ ରକ୍ଷା ପାଇ ଯାଇଥିଲା।

ବର୍ମିଂହାମରେ ରହୁଥିବା ଡେରେକ ୱାକରଙ୍କ କହିବା ଅନୁଯାୟୀ ତାଙ୍କ କୁକୁର ‘ରାଲ୍ଫ’ ସାଧାରଣତଃ ରାତିରେ ଭୁକେନାହିଁ । ତେଣୁ ଯେତେବେଳେ ରାଲ୍ଫ ରାତିରେ ଭୁକିବା ଆରମ୍ଭ କଲା ସେତେବେଳେ କ’ଣ ହୋଇଛି ଦେଖିବା ପାଇଁ ସମସ୍ତେ ଉଠିଥିଲେ । ଉଠିବା ପରେ ସେ ଦେଖିଲେ ଯେ ତାଙ୍କ ରୋଷେଇ ଘରର ଝରକାରେ ନିଆଁ ଲାଗିଯାଇଛି। ଏହାଦେଖି ମୁଁ ଚିତ୍କାର କରିଥିଲି ଆଉ ସମସ୍ତେ ଉଠିଯାଇଥିଲେ । ମୋ ପତ୍ନୀ ଉଠି ପ୍ରଥମେ ଝିଅମାନଙ୍କୁ ଉଠାଇ ଘରୁ ବାହାରକୁ ନେଇଗଲେ। ଝିଅମାନଙ୍କୁ ବାହାରକୁ ଆଣିବା ପରେ ତାଙ୍କ ପତ୍ନୀ ଘର ଭିତରକୁ ଯାଇ ଗଭୀର ନିଦ୍ରାରେ ଶୋଇଥିବା ପୁଅକୁ ଉଠାଇଥିଲେ କିନ୍ତୁ ସେତେବେଳକୁ ପୁରା ଘର ଧୂଆଁରେ ଭର୍ତ୍ତି ହୋଇଯାଇଥିଲା ।

ୱାକର ଆହୁରି କହିଥିଲେ ଯେ ନିଆଁ ତାଙ୍କ କାନ୍ଥ ପଛରେ ଥିଲା କିନ୍ତୁ ସେ କିଛି ଜାଣି ନଥିଲେ କାରଣ ସେ ସମ୍ପୂର୍ଣ୍ଣ ଭାବେ କମ୍ବଳ ଘୋଡେଇ ହୋଇ ଶୋଇଥିଲେ। ଶେଷରେ ୱାକର ସମସ୍ତଙ୍କ ଜୀବନ ରକ୍ଷା କରିଥିବା ରାଲ୍ଫକୁ ଘରୁ ବାହାର କରିଥିଲେ । କୁକୁର ବ୍ୟତୀତ ତାଙ୍କ ଘରେ ଦୁଇଟି ଛୋଟ ଘୁଷୁରି ମଧ୍ୟ ଥିଲେ କିନ୍ତୁ ସେ କେବଳ ରାଲ୍ଫ ଏବଂ ଗୋଟେ ଘୁଷୁରୀକୁ ବାହାରକୁ ଆଣି ପାରିଥିଲେ, ଅନ୍ୟ ଘୁଷୁରୀଟିର ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡରେ ଘରଟି ଜଳିଯାଇଛି ସତ କିନ୍ତୁ ୱାକର ଖୁସି ଅଛନ୍ତି କାରଣ ସମଗ୍ର ପରିବାର ସୁରକ୍ଷିତ ଅଛନ୍ତି ଏବଂ ଚାରି ବର୍ଷର ରାଲ୍ଫଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.