Below header

ଭୁବନେଶ୍ୱର: ମଞ୍ଚେଶ୍ୱର ରେଲେଓ୍ଵ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେଲା ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସୁଧା-ସର୍ଜ୍ଜନା ମହୋତ୍ସବ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):    ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସୁଧା-ସର୍ଜ୍ଜନା ମହୋତ୍ସବ । ଭୁବନେଶ୍ୱରର ମଞ୍ଚେଶ୍ୱର ରେଲେଓ୍ଵ ସ୍ପୋର୍ଟସ୍‌ କମ୍ପ୍ଲେକ୍ସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୀବନରେ ଶାନ୍ତି ପାଇଁ ଉଦ୍ୟମ ଜାରି ରହିଛି । କିନ୍ତୁ ଭଲ ପାଇବା ଓ ସେବାରୁ ହିଁ ଶାନ୍ତି ପ୍ରାପ୍ତି ହୋଇଥାଏ ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ଓଡିଶାରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଅନୁଷ୍ଠାନ ରହିଛି ଓ ଭଲ କାର୍ଯ୍ୟ କରୁଛି। ଅନ୍ୟ ଅତିଥିଙ୍କ ମଧ୍ୟରେ ସାଂସଦ ଡ. ଅଚ୍ୟୁତ ସାମନ୍ତ, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଦେବୀ ପ୍ରସାଦ ମିଶ୍ର, ବିଧାୟକ ସୁଶାନ୍ତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟର ଶ୍ରୀଶ୍ରୀ ଠାକୁରଙ୍କ ବହୁ ଅନୁଗତ ଉପସ୍ଥିତ ରହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.